ଢେଙ୍କାନାଳରେ ନବନିର୍ମାଣ କୃଷକ ସଂଗଠନର ବୈଠକ:କାଳିଆ ଯୋଜନାକୁ ବିରୋଧ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ଢେଙ୍କାନାଳ ଟାଉନ ଦଧିବାମନ ଜୀଉ ମଠ ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଚାଷୀମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଓଡିଶା ରାଜ୍ୟ ପରିଷଦର ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ରଥ ପର୍ଯ୍ୟାବେକ୍ଷକ ଭାବରେ ଯୋଗ ଦେଇଥିଲେ । ଏହା ସହ ଜିଲ୍ଲାର ଆଠଟି ବ୍ଲକର ସମସ୍ତ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସରକାରଙ୍କର କାଳିଆ ଯୋଜନାକୁ ଏହି ସଭାରେ ବିସ୍ତୃତ ଆଲୋଚନା କରାଯାଇ ଦୃଢ ବିରୋଧ କରାଯାଇଥିଲା । ନବନିର୍ମାଣ କୃଷକ ସଂଗଠନ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କ ଏହି ଦାବୀଗୁଡିକୁ ପୁରଣ କରିବା ପାଇଁ ଆଲୋଚନା ହୋଇଥିଲା । ତା ସହିତ ଚାଷୀଙ୍କୁ କୃଷିରୁଣ ଛାଡ କରିବା ପାଇଁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯିବାକୁ ନିଷ୍ପତି ହୋଇଥିଲା । ଏହାକୁ ଅତି ଖାମ ଖିଆଲୀ ଭାବରେ ସରକାର ଏଡାଇ ଯାଇ କାଳିଆ ଯୋଜନା ନାମରେ ଏକ ପ୍ରହସନ ସୃଷ୍ଟି କରିଛନ୍ତି ବୋଲି ଅଭଯୋଗ ହୋଇଥିଲା । ତୁରନ୍ତ ରାଜ୍ୟ ସରକାର ଚାଷୀ ସୁରକ୍ଷା ଭର୍ତ୍ତା ୫୦୦୦ ଟଙ୍କା ଏବଂ କୃଷି ଋଣ ଛାଡ଼ ନ କରିଲେ ଭବିଷ୍ୟତରେ ଫଳାଫଳ କଣ ହେବ ତାହା ଆଗାମୀ ନିର୍ବାଚନରେ ଜଣାପଡିବ ବୋଲି ମଧ୍ୟ ଅଭଯୋଗ କରାଯାଇଥିଲା । ଛତିଶଗଡ ସରକାର ଚାଷୀଙ୍କ କୃଷି ଋଣ ଛାଡ଼ କରିବା ସହ ଧାନ କୁଇଣ୍ଟାଲ ଦର ୨୫୦୦ ଟଙ୍କା କଲାବେଳେ ଓଡିଶା ସରକାର କେନ୍ଦ୍ର ସରକାର ଉପରେ ଦୋଷ ଲଦି ଦେଇ ଖସିଯିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଆଲୋଚନା ହୋଇଥିଲା । ଏହି ସଭାରେ ରାଜ୍ୟର ଯୁବ ବରିଷ୍ଠ ପ୍ରତିନିଧି ଅଶ୍ୱିନୀ କୁମାର ଜେନା ଯୋଗଦେଇ ଆଗାମୀ ଦିନରେ ରଣନୀତି ଉପରେ ସୂଚନା ଦେଇଥିଲେ । ଏହି ସଭାରେ ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର କୁମାର ପୃଷ୍ଟି, କ୍ଷେତ୍ର ଦାସୀ ବିଶ୍ୱାଳ, ତ୍ରିନାଥ ପଣ୍ଡା, ମହେଶ୍ୱର ନାୟକ, ଲକ୍ଷ୍ମୀଧର ଆଚାର୍ଯ୍ୟ, ନକୁଳ ରାଉତ, ସ୍ଵାଧୀକାର ପରିଡା, ଘନଶ୍ୟାମ ମାଝୀ, ଗୌରହରି ନାୟକ, ରାଜକିଶୋର ମଲ୍ଲିକ, ଚନ୍ଦ୍ର ଶେଖର ବରାଳ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି