ଢେଙ୍କାନାଳରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ମୁଖ୍ୟଅତିଥି …

ଢେଙ୍କାନାଳ (ଶୁଭମ ପାଣି )ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ହୋଇଯାଇଛି ।ଏହା ସପ୍ତାହେ ବ୍ୟାପି ଏଠାରେ ଚାଲିବ। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ  ମୁଖ୍ୟଅତିଥି ରୂପେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ଅନୁଧ୍ୟାନ କରିଥିଲେ। ଏଥିରେ ବିଷ୍ଣୁ ଚରଣ ବେହେରା ,ନରୋତ୍ତମ ବେହେରା ହରେକୃଷ୍ଣ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷ୍ୟା ଓ ଅନ୍ୟାନ୍ୟ ସମସ୍ୟାପ୍ରତି ଆଲୋକପାତ କରିଥିଲେ। ସହରର ପାଖାପାଖି ଦୁଇ ଶହ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିଥିଲେ।