ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ମୋଦିଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଢେଙ୍କାନାଳ ରେଲୱେ ତରଫରୁ ଅବମାନନା କରିବାର ଦେଖାଦେଇଛି । ଢେଙ୍କାନାଳ ମୁଖ୍ୟ ଷ୍ଟେସନ ପାଖରେ ଲାଗିଥିବା ବଡ଼ ବଡ଼ ଗଛ ଗୁଡିକ ସାଧାରଣ ଯାତ୍ରୀମାନେ ଖରାରୁ ମୁକ୍ତି ପାଇବା ପାଇଁ ଛାଇରେ ବାସା ଉଠା କରିଥାନ୍ତି । କିନ୍ତୁ ଟ୍ରାକ କରିବା ବାହାନାରେ ବିନା ଟେଣ୍ଡରରେ ଗଛ ଗୁଡିକ ରେଳ ବିଭାଗ କାଟି ଚାଲିଛି । ଫଳରେ ସାଧାରଣ ଲୋକଙ୍କ ସହ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି । ରେଳ ବିଭଗର ଏ ମନମାନିକୁ ରେଲୱେ ଡେଲି ପାଣ୍ଡେଳିର ଆସୋସିଏସନ ଘୋର ବିରୋଧ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି