ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡକ୍ଟର. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟର ECO କ୍ଲବ ପକ୍ଷରୁ ଆଜି ବିଶ୍ୱ ବନ ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରି ଅଞ୍ଜନା ମିଶ୍ରଙ୍କ ସଭା ପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ପିଲାମାନେ ବନ ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରାଯାଇଥିଲା ଓ ଶୁଚିସ୍ମିତା ନାଥ, ଆଶିଷ କୁମାର ବେହେରା ଓ ସ୍ଵର୍ଣ୍ଣମୟୀ ସେନାପତି ପ୍ରଭୃତିଙ୍କୁ ପୁରସ୍କୃତ କରାଯାଇଥିଲା .ବିଜ୍ଞାନ ଶିକ୍ଷୟତ୍ରୀ ସରଳା ସାହୁ, ଶିକ୍ଷକ ଅଶୋକ କୁମାର ପ୍ରଧାନ, ସୁଶୀଲ କୁମାର ସାହୁ ପ୍ରଭୃତି ବନର ଗୁରୁତ୍ୱ ଓ ଏହାର ସୁରକ୍ଷା ନିମନ୍ତେ ସମସ୍ତେ କାର୍ଯ୍ୟ କରିବା ଉଚିତ ବୋଲି ନିଜ ବକ୍ତବ୍ୟରେ ପ୍ରତିପାଦନ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ବନର ଆବଶ୍ୟକତା ଓ ବୃକ୍ଷରୋପଣ ଉପରେ ବକ୍ତବ୍ୟ ରଖିଥିଲେ ଓ ସମସ୍ତେ ସଚେତନ ହେଲେ ବନର ସୁରକ୍ଷା ସହ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ମିଳିବ ବୋଲି ଦର୍ଶାଇଥିଲେ । ଶେଷରେ ଶିକ୍ଷୟତ୍ରୀ କବିତା ମିଶ୍ର ଧନ୍ୟବଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ କମଳା ଦାସ, ସଂଗ୍ରାମ ସ୍ୱାଇଁ, ଜିତେନ୍ଦ୍ର ମିଶ୍ର ପ୍ରଭୃତି ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି