ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶ୍ରମିକ ମାରଣ ନୀତି ଯୋଗୁ ଆଜି ସାରା ଭାରତ ବର୍ଷରେ ଶ୍ରମିକ ସଂଗଠନ ତରଫରୁ ଦିଆଯାଇ ଥିବା ୨ ଦିନିଆ ଧର୍ମଘଟରେ ପ୍ରଥମ ଦିନ ଯଥା ୮ ତାରିଖ ଦିନ ଢେଙ୍କାନାଳରେ ପ୍ରଭାବ ପଡିଥିଲା । ଏଥିରେ ଏଆଇବିଇଏ ଓ ବେଫି ସଂଘର ନେତାମାନେ ସାମିଲ ହୋଇ ବ୍ୟାଙ୍କ ଓ ଅଫିସ ଗୁଡିକୁ ବନ୍ଦ କରିଥିଲେ ବିଶେଷ କରି ଷ୍ଟେଟ ବ୍ୟାଙ୍କ ଢେଙ୍କାନାଳ ମୁଖ୍ୟ ଶାଖାରେ ବନ୍ଦ କରିବାରେ ସଫଳ ହୋଇଥିଲେ ଏହି ଧର୍ମଘଟର ନେତୃତ୍ୱ ନେଇ ଶ୍ରୀ ଆଶିଷ ସାମଲ, କୁଳମଣି ବେହେରା, ବୈକୁଣ୍ଠ ପଣ୍ଡା, ବଳମାଳି ବାବୁ ଓ ବିଘ୍ନେଶ୍ୱର ସାହୁ ପ୍ରମୁଖ କହିଥିଲେ ସର୍ଵନିମ୍ନ ପେନସନ ୨ ହଜାର ଓ ସର୍ବନିମ୍ନ ୧୮ ହଜାର କରିବା ଶ୍ରମିକ ସଂଗଠନର ନେତା ଶ୍ରୀ ଲକ୍ଷ୍ମୀଧର ସାହୁ ଓ ଘନଶ୍ୟାମ ସାହୁ ଶ୍ରମିକମାନଙ୍କୁ ସମସ୍ତ ସୁବିଧା ଓ ସୁଯୋଗ ଦିଆଯାଉ ବୋଲି ଏହି ଧର୍ମଘଟରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି