ଢେଙ୍କାନାଳରେ ମହିଳା ଯୋଗଶକ୍ତି ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳ ଜିଲ୍ଲାରେ ଲେଖକ ସଂସାଦଠାରେ ଏକ ସମାରୋହ ଉତ୍ସବ ପାଳନ କରାଯାଇଥିଲା । ଗତକାଲି ଢେଙ୍କାନାଳ ଯୋଗ ଜିଲ୍ଲାର ସମସ୍ତ କେନ୍ଦ୍ରର କେନ୍ଦ୍ର ପ୍ରମୁଖ, ଉପପ୍ରମୁଖ ତଥା ଓଡ଼ିଶାର ମୁଖ୍ୟ ପ୍ରଭାରୀ, ସୁରେଶଜୀ ଏବଂ ଜିଲ୍ଲାର ପ୍ରମୁଖ ସୁଶୀଲ କୁମାର ପଣ୍ଡା, ମହିଳା ଉପପ୍ରମୁଖ ସ୍ମିତାରାଣୀ ସାମଲ, ମନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଓ ସଂଗଠନ ମନ୍ତ୍ରୀ ରଘୁନାଥ ତ୍ରିପାଠୀଙ୍କ ଆହ୍ୱାନ କ୍ରମେ ଏହି ଦିବସକୁ ସଂସ୍ଥା ତରଫରୁ ମହିଳା ଯୋଗ ଶକ୍ତି ଦିବସ ଭାବେ ପାଳନ କରାଯାଇଥିଲା । ଏଥିରେ ୩୦ ଜଣ ସ୍ୱାଧିକା ଓ ୨୦ ଜଣ ସାଧକ ଉପସ୍ଥିତ ରହିଥିଲେ । ମହିଳାମାନେ ହେଉଛନ୍ତି ପରିବାରର ଶକ୍ତି ତେଣୁ ଯୋଗ ମାଧ୍ୟମରେ ମହିଳାମାନଙ୍କର ବିଭିନ୍ନ ରୋଗର ଉପଚାର ବିଷୟରେ ଆଲୋଚନା ରଖିଥିଲେ । ନାରୀ ସଶକ୍ତିକରଣ ଦ୍ୱାରା ସମାଜର ଉତଥାନ ହିଁ ସମ୍ଭବପର । ଏହି ଉତ୍ସବରେ ସଂସ୍ଥାନର ପ୍ରମୁଖ ଅଧିକାରୀମାନେ ଯୋଗଦାନ ପୂର୍ବକ ନିଜର ବକ୍ତବ୍ୟ ଓ ଯୋଗରୁ ପ୍ରାପ୍ତ କରିଥିବା ସୁଫଳ ବିଷୟରେ ଆଲୋକପାତ କରିଥିଲେ । ନାରୀମାନଙ୍କ ସହଯୋଗରେ ଯୋଗର ପ୍ରସାର ଓ ପ୍ରଚାର ଯେ ସମ୍ଭବପର ବୋଲି ଆଲୋଚନାର ମୁଖ୍ୟ ବିଷୟ ଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି