

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମାଘ ମାସ ଶୁକ୍ଳ ପକ୍ଷରେ ଢେଙ୍କାନାଳ ବସଷ୍ଟାଣ୍ଡ ଠାରେ ଥିବା ମା’ତାରିଣୀଙ୍କ ଅଷ୍ଟମ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୫ଘଣ୍ଟା ସମୟରେ ମଙ୍ଗଳ ଆଳତୀ, ୬ଟାରେ ନୀତି ପୂଜା, ୮ଟା ରେ ଗୋ ପୂଜା, ସୂର୍ଯ୍ୟ ପୂଜା, ୯ଟାରେ କଳସ ଯାତ୍ରା, ୧୦ଟା ରେ ଯଜ୍ଞ ଆରମ୍ଭ କରାଯାଇଥିଲା । ସନ୍ଧ୍ୟା ୫ଟାରେ ପୂର୍ଣ୍ଣାହୁତି କରାଯାଇ ଅର୍ଣ୍ଣ ପ୍ରସାଦ ଭୋଗ କରାଯାଇଥିଲା । ଶେଷରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି