

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ୧୨ ଓଡିଶା ବାଟାଲିୟନ ଏନସିସିର ୫ମ ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ସ୍ଥାନୀୟ ଅଣ୍ଟ ଫୋଟ ବିଦ୍ୟାଳୟ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରାୟ ୫୦୦ ସମର ଶିକ୍ଷାର୍ଥୀ ଯୋଗଦାନ କରିଛନ୍ତି । ଏହି ଯୋଗ ଶିବିରକୁ ୧୨ ଓଡିଶା ବାଟାଲିୟନ ଏସସିସିର କାମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଭାସ୍କର ଜ୍ୟୋତି ହଜାରିକା ଏବଂ ଅତାମ ଅଫିସର କର୍ଣ୍ଣେଲ ବାଇକ୍ରିଣ୍ଣନ ମିଳିତ ଭାବରେ ଉଦଘାଟନ କରିଥିଲେ । ଏହାସହ ସ୍ଥାନୀୟ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଏନସିସି ଅଫିସର ସୁବାଷ କୁମାର ନନ୍ଦ ଧ୍ୟାନଚାଳ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ଅନୁପମା ପଣ୍ଡା, ଶ୍ରୀଧର ସାହୁ, ସୁଶୀଲ ପଣ୍ଡା, ମକରଧର ସାମଲ, ଆରତୀ ମହାନ୍ତି, ସେଖୁ ମହମ୍ମଦ କାଫିଲ ଏବଂ ବାଟାଲିୟନର ସୁବେଦାର ମେଜର, ପିଆଇଷ୍ଟାଫ ଏବଂ ଅନ୍ୟାନ୍ୟ କର୍ମଚାରୀ ବ୍ଲକ ଶିବିରକୁ ପରିଚାଳନା କରିଥିଲେ । ଉକ୍ତ ଯୋଗ ଶିବିରରେ ବ୍ରଜନାଥ ବଡ ଜେନା ଉଚ୍ଚ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ତଥା ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଶ୍ରୀ ବଳରାମ ଉଚ୍ଚ ବିଦ୍ୟାଳୟର ଭାନିରାମ ମଡେଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସେଣ୍ଟଜାଭିୟର ଉଚ୍ଚ ବିଦ୍ୟାଳୟ, ଡିପିଏସ ବଟ ବିହାରୀ ଉଚ୍ଚ ବିଦ୍ୟାଳୟ, ତରଭାର ସମର ଶିକ୍ଷାର୍ଥୀମାନେ ଯୋଗଦାନ କରିଥିଲେ । ଯୋଗ ଶିବିର ମାତଞ୍ଜଳୀ ଯୋଗ ସମିତି ଢେଙ୍କାନାଳ ଶାଖାର ଯୋଗ ଗୁରୁ ରମେଶ ଚନ୍ଦ୍ର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଶିକ୍ଷାର୍ଥୀମାନେ ଯୋଗ ଶିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ମଣ୍ଟଫଡ଼ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷିକା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦଙ୍କର ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି
