

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଗାଁ ପିଙ୍ଗୁଆରେ ସାଇ ମନ୍ଦିରର ଭୂମି ପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୮.୪୫ ମିନିଟିରେ ଆରମ୍ଭ କରାଯିବା ସହିତ ବାବାଙ୍କ ପାଲିଙ୍କି ଯାତ୍ରା ସକାଳ୧୦ ଟା ସମୟରେ କରାଯାଇଥିଲା । ଏହି ଅବସରରେ କମିଟି ତରଫରୁ ୨ ଘଟିକ ସମୟରେ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା । ଏହି ଉତ୍ସବରେ ଆଖ ପାଖ ଗ୍ରାମରୁ ପ୍ରାୟ ୪୦୦୦ରୁ ୫୦୦୦ ଭକ୍ତ ଯୋଗଦେଇଥିଲେ । ଏହି ଅବସରରେ ଶଙ୍ଖ ଓ ଘଣ୍ଟ ନାଦରେ ସାରା ଗ୍ରାମ କମ୍ପି ଉଠିଥିଲା । ପୂଜାରେ କର୍ତ୍ତା ଭାବେ ଅମୂଜ କୁମାର ମହାଳିକ ପୂଜା କାର୍ଯ୍ୟକୁ ତୁଲାଇଥିଲେ ଓ ମନୋଜ କୁମାର ମହାଳିକଙ୍କ ଭକ୍ତଙ୍କ ଦାନ ଗ୍ରହଣ କରିବା ଦାୟିତ୍ଵ ନେଇଥିଲେ । ତାଙ୍କୁ ସହଯୋଗ କରିଥିଲେ ଦଣ୍ଡା, ବିପ, ସିପୁନ, ସିପୁ, ପପୁ, ଦିପୁ, ସରୋଜ ଓ ସାଇପରିବାରର ସମସ୍ତ ସଦସ୍ୟ ।
ରିପୋର୍ଟ : ଶୁଭମ କୁମାର ପାଣି