


ମୋହନା(ସମୃଦ୍ଧ ଓଡିଶା)ଆଜି ଭୋର ୪ଟା ସମୟରେ ରାୟଗଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୭ଜଣ ମୃତ୍ୟୁ ଓ ୪୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ୪୦ଜଣ ଆହତ ମଧ୍ୟରୁ ୧୦ଜଣଙ୍କ ଅତି ଗୁରୁତ୍ୱ ଭାବେ ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି ।ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ତପ୍ତପାଣି ଘାଟିରେ ଏଭଳି ଦୁର୍ଘଟଣା ପୂର୍ବରୁ ବହୁବାର ଘଟି ଆସୁଥିଲେ ମଧ୍ୟ ରାଜ୍ୟ ପ୍ରଶାସନ କିମ୍ବା ନେତାମାନଙ୍କ ଆନ୍ତରିକତା ଅଭାବରୁ କୌଣସି ସାବଧାନତା ଅବଲମ୍ବନ କରାଯାଉ ନ ଥିବା କିମ୍ବା ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ଉନ୍ନତି କରାଯାଉ ନ ଥିବା ବିଡମ୍ବନାର କାରଣ ହୋଇଛି ।
ରିପୋର୍ଟ :କୃଷ୍ଣ କୁମାର ବେହେରା