

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗୁମ୍ମା ବ୍ଲକ ଅଧିନସ୍ଥ, ତହଜଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଦାଶ ଓ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣକେତୁ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ବ୍ଲକର ତିନିଜଣ ଏବିଇଓ ଓ ସିଆରସିସି, ସ୍କୁଲ ସଭାପତି, ୱାର୍ଡ ମେମ୍ବର ଓ ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜେ.ନର୍ମଦା କୁମାରୀ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନବୀନ ଚନ୍ଦ୍ର ମିଶ୍ର, ଶ୍ରୀମତୀ କୁସୁମ କୁମାରୀ ପଣ୍ଡା, ଶ୍ରୀମତୀ ସଙ୍ଗୀତା କୁମାରୀ ସାହୁ ଏବଂ ସୁଶ୍ରୀ ଦ୍ୱୀଲ୍ଲେଶ୍ୱରୀ ବେହେରା ସହଯୋଗ କରିଥିଲେ । ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ବୃକ୍ଷରୋପଣ କରଯାଇଥିଲା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜେ.ନର୍ମଦା କୁମାରୀ ଦାଶ ଜଣାଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା

