ତହସିଲ ସ୍ତରୀୟ ସମୀକ୍ଷା ବୈଠକ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ପଞ୍ଚାଯତ ସମିତି ସମ୍ମିଳନୀ କକ୍ଷରେ ତହସିଲ ସ୍ତରୀୟ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ୫ଟି କାର୍ଯ୍ୟଯୋଗୀତାକୁ ଆଖି ଆଗରେ ରଖି ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇ ସମସ୍ତ ରାଜସ୍ୱ ମାମଲା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏହାସହ ଅଙ୍ଗନବାଡି କେନ୍ଦ୍ରର ସ୍ଥିତବସ୍ଥା, ଅଙ୍ଗନବାଡି କେନ୍ଦ୍ର ପାଇଁ ଜାଗା ଚୟନ, ପଞ୍ଚାଯତ ସଇରାତମାନଙ୍କ ନିଲାମ ଏବଂ ଅନ୍ୟାନ୍ୟ ସମସ୍ତ ବିଷୟରେ ବିଷାଦ ଆଲୋଚନା କରାଯାଇଥିଲା । ବିଭିନ୍ନ ଦାଖଲ ଖାରଜ ମାମଲାର ଶୀଘ୍ର ଫଇସଲା କରିବା ଓ ବିଭିନ୍ନ ପ୍ରମାଣ ପତ୍ର ଠିକ ସମୟରେ ପ୍ରଦାନ କରିବା ଉପରେ ଗୁରୁତ୍ଵ ଆରୋପ କରାଯାଇଛି । ଲୋକଙ୍କ ବିଭିନ୍ନ ଅଭିଯୋଗ ଉପରେ ଧ୍ୟାନ ଦେଇ ତାର ଆଶୁ ପ୍ରତିକାର ନିମନ୍ତେ ପ୍ରତିଶ୍ରୁତି ବଦ୍ଧ ହେବାକୁ ତାଗିଦ କରାଯାଇଛି । ଏହି ବୈଠକରେ ହିଂଜିଳି ଓ ପୁରୁଷୋତ୍ତମପୁର ତହସିଲଦାର, ଅତିରିକ୍ତ ତହସିଲଦାର, ଉପଖଣ୍ଡ ପଞ୍ଚାଯତ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଗ୍ରାମ ପଞ୍ଚାଯତ ସଂପ୍ରସାରଣ ଅଧିକାରୀ ଅଂଶଗ୍ରହଣ କରିଥିଲେ । ବିକ୍ରମ କୁମାର ଡୋରା, ସହାୟକ ଜିଲ୍ଲାପାଳ ଓ ଶ୍ରୀ ଅଖିଲ କୁମାର ସାବତ, ବରିଷ୍ଠ ରାଜସ୍ୱ ସହାୟକ ସଂଯୋଜନା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା