ତାଲୁକ ଆଇନସେବା ପକ୍ଷରୁ ଅଙ୍ଗନୱାଡି କର୍ମୀଙ୍କୁ ସଚେତନତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ଜଳେଶ୍ୱର ତାଲୁକ ଆଇନ୍‌ସେବାର ନାଗରିକଙ୍କ ଦାୟିତ୍ୱ ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ତାଲୁକ ପ୍ରାଧିକରଣ ସେବାର ଅଧ୍ୟକ୍ଷା ଇନ୍ଦିରା ପ୍ରିୟଦର୍ଶନୀ ଅଧିକାର ଓ କର୍ତ୍ତବ୍ୟ ସାବ୍ୟସ୍ତଲାଗି ପ୍ରତ୍ୟେକେ ସଚେତନ ହେଲେ ଅପରାଧ ଅନୁପାତିକଭାବେ କମିଯିବ । କିଛି ପାଣିର ସମଷ୍ଟିରେ ପୋଖରୀ, ନଦୀ ଏବରିକି ସମୁଦ୍ର ସୃଷ୍ଟି ହେଉଥିବା ବେଳେ ସମାଜରେ ପ୍ରତ୍ୟେକ ମଣିଷ ଅଧିକାର ଓ କର୍ତ୍ତବ୍ୟ ସାବ୍ୟସ୍ତ କଲେ ସୁସ୍ଥ ସମାଜ ଓ ସଫଳତା ମିଳିପାରିବ ବୋଲି କହିଥିଲେ । ନାଗରିକ ମାନଙ୍କୁ ଏହା ମିଳିବାଲାଗି ଆଇନ୍‌ରେ ବ୍ୟବସ୍ଥା ଥିବା ବେଳେ ଏହାର ସଦୋପଯୋଗ ଲାଗି ସମାଜର ସବୁ ଶ୍ରେଣୀୀର ଲୋକଙ୍କ ପାଇଁ ବ୍ୟବସ୍ଥା କରିଥିବା କହିଥିଲେ । ବିଡିଓ ଦିପ୍ତୀରଂଜନ ସେଠୀ ସାମ୍ବିଧାନିକ ଅଧିକାର ମଧ୍ୟରେ ସାଧାରଣଭାବେ ମାନବିକ ମୂଲ୍ୟବୋଧର ଅଧିକାର ପ୍ରତି ସଚେତନ ହେଲେ ଆମ ପରିବେଶ ଓ ସମାଜ ସୁସ୍ଥ ରହିପାରିବ ବୋଲି କହିଥିଲେ । ଜଳେଶ୍ୱର ବାର୍‌ର ସଭାପତି କୁଂଜବିହାରୀ ଦାସ ଦେଶର ସମ୍ବିଧାନ ୧୯୪୯ରେ ତିଆରି ହୋଇଥିଲେ ମଧ୍ୟ ୧୯୫୦ଜାନୁଆରୀରେ କାର୍ଯ୍ୟକ୍ଷମ ହୋଇଛି । ପାଲ୍ୟାମେଣ୍ଟ ରେ ୪୨ତମ ସଂଶୋଧନ ସାମ୍ବିଧାନିକ ଅଧିକାର ୧୯୭୬ ମସିହାରେ ହୋଇଥିବା ବେଳେ ୧୯୮୭ ମସିହାରେ ଜାତୀୟ ଆଇନ୍‌ସେବା ସିକ୍ୟୁରିଟି ଗଠିତ ହୋଇଥିଲେ ମଧ୍ୟ ୧୯୯୫ରେ ପ୍ରଚଳନ କରାଯାଇଥିଲା । ସରକାରୀ ସମ୍ପତ୍ତି ଜାତୀୟ ସମ୍ପତ୍ତି ହୋଇଥିବାରୁ ଏହାର ସୁରକ୍ଷା ନାଗରିକର ରହିବା ଉଚିତ୍ ବୋଲି କହିଥିଲେ । ତାଲୁକ ଆଇନ୍ ପ୍ରାଧିକରଣ ସେବାର ବରିଷ୍ଠ ସଦସ୍ୟ ସୁନିଲ କୁମାର ଜେନା ଜନମଂଗଳ ରାଷ୍ଟ୍ରରେ ସମସ୍ତଙ୍କୁ ଆଇନ୍‌ସେବା ଯୋଗାଇବାର ବ୍ୟବସ୍ଥା ଥିବା ବେଳେ ଅସହାୟ ମହିଳା, ଶିଶୁ, ବିକଳାଙ୍ଗ, କିନ୍ନର ଓ ଗରିବଙ୍କୁ ମାଗଣାରେ ଯୋଗାଇବାର ବ୍ୟବସ୍ଥା ରହିଛି । ସରକାରୀ ଯୋଜନା ଗୁଡିକରେ ମଧ୍ୟ ଅଧିକାର ଓ କର୍ତ୍ତବ୍ୟ ସାବ୍ୟସ୍ତ ଥିବାରୁ ଏହା ମଧ୍ୟ କର୍ତ୍ତୃପକ୍ଷଙ୍କଠାରୁ ମିଳିପାରିବ ବୋଲି କହିଥିଲେ । ଏଥିଲାଗି ଅଂଚଳିକ ସ୍ତରରେ ତାଲୁକ ସେବା ଏପରିକି ଜିଲା, ରାଜ୍ୟ ଓ ଦେଶରେ ମଧ୍ୟ ଦୁର୍ବଳଙ୍କୁ ଆଇନ୍‌ସେବା ଯୋଗାଇବା ସଂପର୍କରେ କହିଥିଲେ । ବ୍ଲକ ସେକ୍‌ସନ ଅଫିସର ଅଧିର କୁମାର ପ୍ରମାଣିକ ଧନ୍ୟବା ଅର୍ପଣ କରିଥିଲେ । ଏଥିରେ ବହୁ ଅଙ୍ଗନୱାଡି କର୍ମ, ବ୍ଲକ କର୍ମଚାରୀ ଓ ସ୍ଥାନୀୟ ମହିଳା ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା