ଜଳେଶ୍ୱର(ସମୃଦ୍ଧ ଓଡିଶା)ସାଂପ୍ରତିକ ସ୍ଥିତିରେ ବିଭିନ୍ନ ସ୍ଥାନରେ ସାଇବର କ୍ରାଇମ୍ ବଢି ଚାଲିଥିବାରୁ ଏଥିଲାଗି କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଆଜି ଏକ ସଚେତନତା ଶିବିର ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରଚାର ଓ ପ୍ରସାର ଦ୍ୱାରା ଫେସ୍ବୁକ୍, ଡ୍ୱାଟ୍ସପ୍, ଟୁଇଟର ଭଳି ଇଲେକ୍ଟ୍ରନିକ୍ସ ସଂଚାର ମାଧ୍ୟମରେ ଭାବବିନିମୟ ଚାଲିଥିବା ବେଳେ ଏହାଦ୍ୱାରା ବ୍ୟାପକ ସାଇବର କ୍ରାଇମ୍ ହୋଇ ଆସୁଛି ବୋଲି ଆଜି ଆୟୋଜିତ କର୍ମଶାଳାରେ ମତପ୍ରକାଶ ପାଇଛି । ଜଳେଶ୍ୱରର କନିଷ୍ଠ ଦେବାନୀ ବିଚାରକ ପରିତୋଷ ସେଠୀ ଏଭଳି ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭିନ୍ନ ଇଲେକ୍ଟ୍ରନିକ୍ସ ସଂଚାର ମାଧ୍ୟମରେ କିପରି ସାଇବର କ୍ରାଇମ୍ ଓ ମହିଳା ମାନେ ଠକର ଶିକାର ହେଉଛନ୍ତି ସେ ସଂପର୍କରେ ଆଲୋଚନା କରି ଏଥିଲାଗି ଥିବା ବିଭିନ୍ନ ଆଇନ୍ର ଦିଗ ସଂପର୍କରେ ଆଲୋଚନା କରିଥିଲେ । ଆବେଦନକାରୀମାନେ ମୁକ୍ତ ସେବା ପ୍ରଦାନର ସୁବିଧା ନେବା ସହିତ ଏହି ଆଇନ୍ ୨୦୦୮, ୨୦୦୯ ଓ ୨୦୧୧ରେ ପ୍ରଣୟନ ହୋଇଥିବା ବିଚାର ବ୍ୟବସ୍ଥା ଓ ସୂଚନା ପ୍ରଜୁକ୍ତି ଆଇନ୍ ସଂପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ଆମ ବିଧିବିଧାନ ଅପରାଧ ଓ ଆଇନ୍ ତଥା ଦଣ୍ଡ ବିଧାନ ଶୈଶବ ଅବସ୍ଥାରେ ରହିଥିବା ବେଳେ ନ୍ୟାୟ ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବାକୁ ସେ ଅହ୍ୱାନ ହେଇଥିଲେ । ତାଲୁକ ସେବା କମିଟିର ସଭ୍ୟ ଆଇନ୍ଜିବୀ ସୁନିଲ କୁମାର ଜେନା ସାେଇବର କ୍ରାଇମ୍ ବିଶୟରେ ଅପରାଧ ଆଇନ୍ ଓ ଦଣ୍ଡ ବିଧାନ ସଂପର୍କରେ ବିସ୍ତୃତ ବିବରଣି ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଜଗନ୍ନାଥ ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରବଣ କୁମାର ନାଥ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ସରୋଜ କୁମାର ମହାନ୍ତି, ନିଶ୍ଚଳ କୁମାର ଘଡେଇ, ସଂଜୟ କୁମାର ପ୍ରଧାନ, ପରିଚାଳନା କରିଥିଲେ । ଶେଷରେ ଅଧ୍ୟପକ ଅଶୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।