ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତାଲୁକ ଆଇନ୍ସେବା କମିଟି ପକ୍ଷରୁ ଆଜି ରବିବାର ଆନ୍ତର୍ଜାତୀୟ ମହିଳା ଦିବସ ଆଦିବାସୀ ଅଧ୍ୟୁସିତ ରାଇବଣିଆ ଥାନା ଅନ୍ତର୍ଗତ ଉପାନ୍ତ ଗ୍ରାମ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି । ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷା ଇନ୍ଦିରା ପ୍ରିୟଦର୍ଶନୀ ଅଧ୍ୟକ୍ଷତା କରି ମହିଳା ମାନଙ୍କର ଅଧିକାର ଏବଂ ସେମାନଙ୍କୁ ନ୍ୟାୟ ପାଇଁ ବିଭିନ୍ନ ଆଇନ୍ ସଂପର୍କରେ ସୂଚନା ଦେଇଥିଲେ । ଜଳେଶ୍ୱରର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ମୁଖ୍ୟ ଅତିଥିଭାବେ ଇରା ପଟ୍ଟନାୟକ ଏ ସଂପର୍କରେ ଆଇନ୍ର ବିଶ୍ଳେଷଣ କରିଥିଲେ । ବାର୍ର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନ୍ଜିବୀ ୧୯୭୭ ମସିହାରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହେବାର ବ୍ୟବସ୍ଥା ହୋଇଛି । ନାରୀ ଓ ପୁରୁଷଙ୍କ ମଧ୍ୟରେ ସମାନତା ପାଇଁ ଏହି ଆଇନ୍ ପ୍ରଣୟନ ହୋଇଥିବା ସେ କହିଥିଲେ । ବାର୍ର ସଭାପତି କୁଂଜ ବିହାରୀ ଦାସ ତାଲୁକ ଆଇନ୍ସେବା କମିଟିର ସଦସ୍ୟ ସୁନୀଲ କୁମାର ଜେନା, ମହିଳା ଦିବସର ତାତ୍ପର୍ଯ୍ୟ ଓ ସାମ୍ପ୍ରତିକ ପରିସ୍ଥିତିରେ ସଚେତନତା ଆବଶ୍ୟକ ବୋଲି କହିଥିଲେ । ଓଲମରାର ସରପଂଚ ଯତିନ୍ଦ୍ର ମହାନ୍ତି, ଅଧ୍ୟାପକ ଡ. ସୃତିରଂଜନ ଦାସ, ଡ. ବିକ୍ରମ କେଶରୀ ଦାସ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଯୋଗୁଁ ମହିଳା ମାନଙ୍କୁ ସେମାନଙ୍କର ନେଅତିକ ଅଧିକାର ମିଳୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଦୁର୍ଗା ଆସ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା