ଅତ୍ୟାବଶ୍ୟକ ସାମଗ୍ରୀ : ଏକ ବିଡା ଧନିଆପତ୍ର, ଅଳ୍ପ ବେସନ, ଜୀରା, ଲଙ୍କା ପାଉଡର, ଗରମ ମସଲା ପାଉଡର, ସ୍ୱାଦନୁସାରେ ଲୁଣ, ଛାଣିବା ପାଇଁ ତେଲ ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଧନିଆ ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ଏକ ଜାଗାରେ ଧନିଆ ପତ୍ର, ୧ କପ୍ ବେସନ, ଅଧ ଚାମଚ ଜୀରା, ୧ ଚାମଚ ଲଙ୍କା ପାଉଡର, ଅଧା ଚାମଚ ଗରମ ମସଲା ଓ ଲୁଣ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ କଟଲେଟ ପରି ତେଲରେ ଛାଣନ୍ତୁ । ଏହାପରେ ପ୍ରସ୍ତୁତ ହୋଇଗଲା ଧନିଆ ପତ୍ର କଟଲେଟ୍ ।