ତିତିଲି ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦାବିରେ କଂଗ୍ରେସର ପୁରୁଷୋତ୍ତମପୁର ବ୍ଲକ ଓ ତହସିଲ ଘେରାଉ

ଗଞ୍ଜାମ(ସମୃଦ୍ଧ ଓଡିଶା)ଗତ ୧୧ ତାରିଖ ତିତିଲି ବାତ୍ୟାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ବ୍ୟାପକ କ୍ଷୟକ୍ଷତି ଘଟିଛି । ବଢି ପାଣି ଓ ବାତ୍ୟା ପବନରେ ଧାନ ଫସଲ ଓ ପନିପରିବା ଚାଷ ଆଦି ନଷ୍ଟ ହୋଇଯାଇଛି । ଅନେକ କଚ୍ଚାଘର ସବୁ ବାତ୍ୟାର ଭାଙ୍ଗିଯାଇଛି । ଏହି ସବୁ ଭରଣା ନିମନ୍ତେ, ”ପୁରୁଷୋତ୍ତମପୁର ବ୍ଲକକୁ ସମ୍ପୂର୍ଣ୍ଣ ଫସଲ ହାନି ଘୋଷଣା କରାଯାଇ ପନିପରିବା ଓ ଧାନ ଫସଲ କ୍ଷତିର ଭରଣା ନିମନ୍ତେ ସରକାରୀ ସାହାଯ୍ୟ ପ୍ରଦାନ, ଫସଲ କ୍ଷତି ନିମନ୍ତେ କୃଷି ବୀମା ପ୍ରଦାନ କରି କୃଷିରୁଣ ସମ୍ପୂର୍ଣ୍ଣ ଛାଡ଼, ରବି ଫସଲ ନିମନ୍ତେ ମାଗଣା ବିହନ ସାଙ୍ଗକୁ ରିହାତି ଦରରେ ସାର ଓ କୀଟନାଶକ ଔଷଧ ଯୋଗେଇ ଦିଆଯାଉ, ବିନା ସୁଧାରେ ଚାଷୀକୁ ଚଷିରୁଣ ପ୍ରଦାନ, ବାତ୍ୟାର ଘର ଭାଙ୍ଗି ଯାଇଥିବା ପରିବାରକୁ ଘରଭଙ୍ଗା କ୍ଷତି ପୁରଣ ଓ ସରକାରୀ ଯୋଜନାରେ ମାଗଣା ଘର ଯୋଗାଇଦିଆଯାଉ, ବାତ୍ୟାର ନଷ୍ଟ ହୋଇଥିବା ରାସ୍ତାସବୁକୁ ତୁରନ୍ତ ମରାମତି ଇତ୍ୟାଦି ଦାବି କରି ଆଜି କଂଗ୍ରେସର ଏକ ବିରାଟ ରାଲିରେ ପୁରୁଷୋତ୍ତମପୁର ବ୍ଲକ ଓ ତହସିଲ ଘେରାଉ କରି ପୁରୁଷୋତମପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ରାଲିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତ୍ରିନାଥ ବେହେରା, ରାଜ୍ୟ କୃଷକ ସେଲ ସଭାପତି
ଅମୟ ପଟ୍ଟନାୟକ, ଜିଲ୍ଲା କୃଷକ ସେଲ ସଭାପତି ବୃନ୍ଦାବନ ଖଟେଇ, ଜିଲ୍ଲା କଂଗ୍ରେସ ସଭାପତି ପୀତବାସ ପଣ୍ଡା, ପିସିସି ସେକ୍ରେଟାରୀ ଭୋକଲି ସେଠି, ପିସିସି ମେମ୍ବର ସୀତାରାମ ପାଣିଗ୍ରାହୀ, ପୁରୁଷୋତ୍ତମପୁର ଏନ.ଏ.ସି. ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଦୀପ ମହାରଣା, ହରେକୃଷ୍ଣ ବେହେରା, ରବୀନ୍ଦ୍ର କୁମାର ବିଷୋୟୀ ସମେତ ଲିଙ୍ଗରାଜ ଆଚାର୍ଯ୍ୟ, ଜିତେନ୍ଦ୍ର ରଥ, ଭାସ୍କର ବେହେରା, ନାରାୟଣ ପାଣିଗ୍ରାହୀ, ଗୋବର୍ଧନ ବିଷୋୟୀ, ଭାସ୍କର ଦୋରା,ବବୂର୍ଭନ ଭୂୟାଁ, ବିଷ୍ଣୁ ପଲେଇ, ମୋନଜ ଭୂୟାଁ, ଜଣକ କୁମାର ବେହେରା ଓ ପୁରୁଷୋତ୍ତମପୁର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା