ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆକ୍ଟବର ୨୦୧୮ ମସିହା ୧୦ ତାରିଖରେ ରାତ୍ର ୧୨ ଘଣ୍ଟା ସମୟରେ ଗଜପତି ଜିଲ୍ଲାରେ ହୋଇଥିବା ତିତିଲି ଘୂଣ୍ଣିଝଡ଼ରେ ୪୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜୀବନଜୀବିକା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ସେଥି ମଧ୍ୟରୁ ୭ ଜଣ ପିଲା ଅନାଥ ହୋଇଥିଲେ । ଯେଉଁ ମାନଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ପୋଷ୍ୟ ଗ୍ରହଣ କରିଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ ଗୋଷାଣୀ ବ୍ଲକ୍ ଏସ. ଉରୁଡା ଗ୍ରାମରେ ଥିବା ବିବେକାନନ୍ଦ ସେବା ଆଶ୍ରମରେ ୫ ଜଣ ରହିଛନ୍ତି । ସେମାନେ ହେଲେ ବାରଘର ଗ୍ରାମର କର୍ତ୍ତିକ ଭୂୟାଁ, ଶିମାଞଳ ଭୂୟାଁ, ପିତାମ୍ବର ଶବର, ରାମ ଭୂୟାଁ ସମେତ ରାମଗିରି ପଞ୍ଚାୟତରେ ବୁଦୁରା ଗ୍ରାମରେ ମିଥୁନ ବେହେରା । ଏମାନଙ୍କ ବାପା ମା ସମସ୍ତ ପୃଥକ ପୃଥକ ଦୁଇଟି ମାଟିଅଡଡା ଖସିବା ଘଟଣାରେ ଆରପାରିକୁ ଚାଲିଯାଇଛନ୍ତି । ସୌଭାଗ୍ୟ ବସତଃ ଏମାନେ ଜୀବିତ ରହିଛନ୍ତି କିନ୍ତୁ ମୁଣ୍ଡ ଉପରୁ ମା ଓ ବାପାଙ୍କ ଛାଇ ହଜିଯାଇଛି । ତଥାପି ଏମାନେ ଆଜିବି ଝୁରନ୍ତି ମାଁ ଓ ବାପାଙ୍କୁ ତେବେ ସେମାନଙ୍କ କଷ୍ଟ ଲାଘବ କରିବାକୁ ଅଚାନକ ଗ୍ରସ୍ତରେ ପହଞ୍ଚିଥିଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ. ଉରୁଡା ଗ୍ରାମର ଆଶ୍ରମରେ ପହଞ୍ଚି ଅନେକ ସମୟ ରହି ସେମାନଙ୍କ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ବିଷୟରେ ପଚାରି ବୁଝିଥିଲେ । ବହୁ ସମୟ ଧରି କଥାହେବା ସହ କେରମବୋଡ ଖେଳିଥିଲେ ଏବଂ ଚକୋଲେଟ୍ ପ୍ରଦାନ କରିଥିଲେ । ସେପଟେ ଏହି ପିଲାମାନଙ୍କ ସାମୂହିକ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ କରୁଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଏହି ଗ୍ରସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକ୍ ବିଡିଓ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା