ତୁରନ୍ତ ନିର୍ମାଣ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ …

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଉତ୍ତମ ରାସ୍ତା ଦେଇ ଗମନା ଗମନ କରିବା ସାଧାରଣ ଲୋକଙ୍କ ଅଧିକାର ପୁଣି ତାକୁ ପୂରଣ କରିବା ସରକାର ଙ୍କ ଦାୟିତ୍ୱ l ରାସ୍ତା ନ ଥିଲେ ଲୋକେ ନାଇଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି l ବହୁ ଦିନର ଅଭିଯୋଗ ଥିଲା କି କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଠାରୁ ଗଡିଆଖାଲ, ଗ୍ରାମ୍ୟ ଉନ୍ନୟନ ସଡ଼କ ଠାରୁ ଚନ୍ଦ୍ରେୟାପେଟା ଭାୟ ପେଦାଗୁଡା ନର୍ସିପୂର୍ ରାସ୍ତାର ନିର୍ମାଣ କରିବା ପାଇଁ l କିନ୍ତୁ କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳି ନ ଥିଲା l କିନ୍ତୁ ଆଜି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ହଟାତ ଏହି ରାସ୍ତା ଦେଇ ଯାଉଥିବା ସମୟରେ ଅଟକି ଯାଇଥିଲେ ଏବଂ ରାସ୍ତାର ଅବସ୍ଥା ଦେଖି ଦୁଃଖ ଅନୁଭବ କରିଥିଲେ l ତୁରନ୍ତ ବିଭାଗୀୟ ଅଧିକାରୀ ଙ୍କୁ ଅଥଡା ରାସ୍ତା ନିକଟ କୁ ଡାକିଥିଲେ l ଅଧିକାରୀଙ୍କୁ କାହିଁକି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇ ପାରି ନାହିଁ ବୋଲି ପଚାରିବା ସହିତ ଅତିଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦେଶ ଦେଇଥିଲେ l ପ୍ରଥମ ଥର ଜଣେ ଯୁବ ବିଧାୟକ ଙ୍କୁ ପାରଳାଖେମୁଣ୍ଡି ବାସୀ ଚୟନ କରି ଆଣି ଥିବା ବେଳେ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଏହି ଭଳି ଲୋକ ହିତ କାମ ଗୁଡିକ କରି ତାଙ୍କ ଉପରେ ଥିବା ଲୋକଙ୍କ ଭରସା ଆହୁରି ଦୁଇ ଗୁଣା କରିଦେଉଛି l ଆମେ ଅପଣଂକୁ ଜଣାଇଦେବାକୁ ଚାହିଁବୁ ଗତ କିଛି ଦିନ ତଳେ ଯୁବ ବିଧାୟକ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ୍ୟ ପରିଦର୍ଶନ କରିଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗ ର ଥିବା ସମସ୍ତ ସମସ୍ୟା କୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆ ଯିବ ବୋଲି ପାରଳା ବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି l ପ୍ରକାଶ ଥାଉକି -ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଠାରୁ ଗଡିଆଖାଲ, ଗ୍ରାମ୍ୟ ଉନ୍ନୟନ ସଡ଼କ ଠାରୁ ଚନ୍ଦ୍ରେୟାପେଟା ଭାୟା ପେଦାଗୁଡା ନର୍ସିପୂର୍ ରାସ୍ତା ଗୁଡ଼ିକ ଅବସ୍ଥା ଅତ୍ୟନ୍ତ ଖରାପ  ଥିବା ଲକ୍ଷ୍ୟ କରି ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଯଥା ଶୀଘ୍ର ଶେଷ କରିବା ପାଇଁ ଆଦେଶ ଦେଲେ ବିଧାୟକ । ବିଧାୟକଙ୍କ ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିରୀକ୍ଷଣ ସମୟରେ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ଶାୟାମା,ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଗଣ ଉପସ୍ଥିତ ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା