ଜଳେଶ୍ଵର (ସମୃଦ୍ଧ ଓଡିଶା) ତୁରନ୍ତ ସମସ୍ତ ସରକାରୀ ଧାନ ମଣ୍ଡି ଖୋଲିବା ଏବଂ ବାତ୍ୟା ଓ ଚକଡା ପୋକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ସମସ୍ତ ଚାଷୀଙ୍କ ରୂଣ ଛାଡ ଦାବିରେ ସିପିଆଇ (ଏମ୍) ତରଫରୁ ବ୍ଳକ୍ ଅଫିସ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଅଛି । କରୋନା ମହାମାରୀରେ କୃଷକର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଥିବା ବେଳେ ବର୍ଷକର ଫସଲ ବିଲରେ ପଡ଼ି ଗଜା ହୋଇ ପଚି ଯାଇଛି । ୬୦ ଭାଗରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଅଛି । ସରକାରୀ ତଦନ୍ତରେ କ୍ଷୟକ୍ଷତିର ରିପୋର୍ଟ ନାମକୁ ମାତ୍ର ଯାହା ଚାଷୀଙ୍କୁ ଉପହାସ କରୁଛି ବୋଲି ପାର୍ଟି ଅଭିଯୋଗ କରିଛି । ଚକଡା କ୍ଷତିରେ ଜଣେ ଚାଷୀ ମାନସିକ ଭାରସାମ୍ୟ ହରାଇ ଜଳେଶ୍ଵର ବ୍ଳକରେ ଆତ୍ମହତ୍ୟା କରିଛନ୍ତି । ଯାହାବି ଅମଳ ହୋଇଛି ସରକାରୀ କ୍ରୟ କେନ୍ଦ୍ର ଖୋଲା ନ ହେବା ଯୋଗୁଁ ମାତ୍ର ୧୧୦୦/୧୨୦୦ ଟଙ୍କାରେ ଧାନ ବିକ୍ରି କରି ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏଣୁ ତୁରନ୍ତ ସମସ୍ତ ସରକାରୀ କ୍ରୟ କେନ୍ଦ୍ର ଖୋଲିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ସମସ୍ତ ଚାଷୀଙ୍କର ଋଣଛାଡ ଦାବି ସରକାର ମାନି ନ ନେଲେ ବ୍ଳକ୍ ଅଫିସ ଓ ରାସ୍ତାରେ ଧାନ ବସ୍ତା ରଖି ଜାନୁଆରୀ ପ୍ରଥମ ସପ୍ତାହରୁ ଅବରୋଧ କରାଯିବ ବୋଲି ଆଜିର ଗଣଧାରଣାରେ ଚେତାବନୀ ଦିଆଯାଇଛି । ସିପିଏମ ନେତା ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ଶିଶିର ହୂଇ, ଶୀତିଂସୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜୀତାଂଶୁ ନନ୍ଦୀ, ରତନ ଦାସ, ଦିଲ୍ଲୀପ ପରିଡ଼ା, ରବିନ୍ଦ୍ର ବାରିକ, ପଲ୍ଟୁ ଦାସ, ଗଣେଶ ଭୂୟାଁ, ବସନ୍ତ ଦାସ, ରାମଚନ୍ଦ୍ର ଦେ, ଧୀରେନ୍ଦ୍ର ଦେ, ସବିତା ସାହୁ, ଲକ୍ଷ୍ମୀଧର ପଲାଇ, ସବିତା ଭୂୟାଁ, ବସନ୍ତ ପ୍ରଧାନ, ପୂର୍ଣ୍ଣ ସିଂ, ମମି ପଣ୍ଡା, ରାଜିବ ପଣ୍ଡା, ଶେଖ ଅବଦୁଲ ସାଦିକ୍, ଅବଦୁଲ ରହିମ, ଜତିନ ଜେନା, ନିର୍ମଳ ପରିଡ଼ା, ଶେଖ ନଜିମୁଦ୍ଦିନ, ଶେଖ ଜମିରଊଦ୍ଦିନ, ଜଗନ୍ନାଥ ପରିଡ଼ା, ସୁମିତ୍ରା ଦେ, ଇସାନି ଷଡ଼ଙ୍ଗୀ, ଅନନ୍ତ ମୁଖୀ, ମଦନ ମହଲି, ମୋନୋରଞ୍ଜନ ବେହେରା, ମିନତି ବାରିକ, ଗଣେଶ ଜେନା ପ୍ରମୁଖ ଦାବି କରିବା ସହିତ ସୁଗୋ ପଞ୍ଚାୟତର ଧୁମା ଟୁଡୁ ଛଅ ବର୍ଷ ଧରି ଶଯ୍ୟାଶାୟୀ ଥିଲେ ଏବଂ ଦୁଇ ବର୍ଷ ଧରି ଭତ୍ତା ପାଇଁ ଆବେଦନ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ନ ପାଇ ଅତ୍ୟନ୍ତ୍ ନିଃସ୍ଵ ଅବସ୍ଥା ରେ ଶେଷ ନିଶ୍ୱାସ ତ୍ୟାଗ କରିଲେ । ପ୍ରଶାସନର ସ୍ଥାଣୁତା ବିରୁଦ୍ଧରେ ନ୍ୟାୟ ପାଇଁ ବ୍ଲକ ଆଗରେ ମୃତଦେହ ରଖି ବିକ୍ଷୋଭ କରାଯାଇଥିଲା ।
ରିପୋର୍ଟ : ଭୂପତି ପରିଡା