ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ପାରିବାରିକ ମାମଲାର ସମାଧାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଢେଙ୍କାନାଳ ସିଭିଲ କୋର୍ଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ପାରିବାରିକ ଅଦାଲତର ବିଚାରପତି ଦୀପ୍ତି ରଞ୍ଜନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଓ ସଦସ୍ୟ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର, ଢେଙ୍କାନାଳର ଓଁ ପ୍ରକାଶ ଶରଣଙ୍କ ଉପସ୍ଥିତିରେ ମୋଟ ୧୦ଟି ମାମଲାର ଫଏସଲା ହୋଇଅଛି । ୧୦ଟି ମାମଲା ମଧ୍ୟରୁ ୨ଟି ମାମଲାରେ ଆପୋଷ ସମାଧାନ ସୂତ୍ରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପୁନଃ ମିଳନ କରାଗଲା ଏବଂ ଅନ୍ୟ ୪ଟି ମାମଲାରେ ୫ଲକ୍ଷ ୩୪ ହଜାର ଟଙ୍କା ଭରଣ ପୋଷଣ ବାବଦରେ ପ୍ରଦାନ କରାଗଲା । ଏହି ଲୋକ ଅଦାଲତରେ ପାରିବାରିକ ଅଦାଲତର କର୍ମଚାରୀ ମାନେ ସହାୟତା କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି