
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏନ.ଏସ.ୟୁ. ଆଇ ରାଜ୍ୟ ସଭାପତି ୟାସିର ନୱାଜ ଓ ଓଡିଶା ଇନଚାର୍ଜ ଅନୁଲେଖା ବୋଷ ଏବଂ ଗଞ୍ଜାମ ଜିଲ୍ଲା ଇନଚାର୍ଜ ସାଗର ପଟ୍ଟନାୟକଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସଦୃଢ଼ କରିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସର ନୂତନ କର୍ମକର୍ତା ଚୟନ କରାଯାଇଛି । ଏହି ଅବସରରେ ନୂତନ ଚୟନ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଏବଂ ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ଓ ଛାତ୍ର ନେତା ଦେବାଶିଷ ମହାନ୍ତି ପ୍ରମୁଖ ସ୍ୱାଗତ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା