ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜର ସମ୍ବର୍ଦ୍ଧନା ଉତ୍ସବ

ହିଞ୍ଜିଳିକାଟୁ:(ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ପୌର ପରିଷଦ ସିନେମା ହଲ୍ ଛକ ଠାରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା (ବଢେଇକୂଳ) ସମାଜ ର ପୂର୍ବଖଣ୍ଡ ତାଲୁକା ସଭାପତି ସନ୍ତୋଷ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗତବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୩ ଜଣ ମାଟ୍ରିକ ଟପ୍ପର ଶିକ୍ଷାର୍ଥୀ, +୨ ବିଜ୍ଞାନ ଟପ୍ପର ଅମିତ ମହାରଣା, ୧୩ ଜଣ ବରିଷ୍ଠ ସମାଜସେବୀ ଓ ଶିଳ୍ପୀ, ୮ଜଣ ବରିଷ୍ଠ ନାଗରିକଙ୍କୁ ମାନପତ୍ର, ଉପଢୈକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ କୂଳର ୫ଜଣ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ହୁଇଲ ଚେୟାର, ଆଶାବାଡି କିଟ୍ ପ୍ରଦାନ କରାଯାଇଥିଲା । ସମ୍ପାଦକ ତାରାପ୍ରସାଦ ମହାରଣା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସଭାପତି ରମେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରାଜଶ୍ରୀ କୃଷ୍ଣ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଦୀପ ମହାରଣା, ଉପସଭାପତି ରଘୁନାଥ ମହାରଣା, ପଦ୍ମ ମହାରଣା, ପ୍ରଦୀପ ମହାଣା, ପୁର୍ଣ୍ଣଚନ୍ଦ୍ର ମହାରଣା, ରାମ ମହାରଣା, ବାବାନାଥ ମହାରଣା, କେଶବ ମହାରଣା, ପ୍ରଭାତ ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳର ସହସ୍ରାଧିକ କର୍ମକର୍ତ୍ତା, ସଦସ୍ୟ ଓ କୂଳଭାଇ ଉପସ୍ଥିତ ଥିଲେ । ଅନୁରୂପ ଭାବେ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଜନସ୍ୱାସ୍ଥ୍ୟ ବିଭାଗ, ଜଳ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ, ଜଳସମ୍ପଦ, ପୌର, ବ୍ଳକ, ରାସ୍ତା ଓ କୋଠାବାଡି, ବିଦ୍ୟୁତ୍ ବିଭାଗ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଯାନ୍ତ୍ରିକ ଅନୁଷ୍ଠାନରେ ମହାସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି ।
ରିପୋର୍ଟ:-ରଜତ ପଟ୍ଟନାୟକ