ଦକ୍ଷିଣ ପ୍ରହରାଜପୁର ଗାଁରେ ୪ମାସ ଧରି ୨ ନଳକୂପ ଅଚଳ : ଡହଳ ବିକଳ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ତଥା ରାଇବଣିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଦକ୍ଷିଣପ୍ରହରାଜପୁର ଗାଁରେ ୨ଟି ନଳକୂପ ୪୫ ମାସଧରି ଅଚଳ ହୋଇଥିବା ଏବଂ ଏ ସଂପର୍କରେ କର୍ମକର୍ତ୍ତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଗତ୪ମାସ ଧରି ନଳକୂପ ୨ଟି ଖରାପ ହୋଇଥିବାରୁ ସ୍ଥାନୀୟ ଲୋକେ ପ୍ରବଳ ରୌଦ୍ରତାପରେ ପିଇବାପାଣି ଲାଗି ଡହଳବିକଳ ହେଉଛନ୍ତି । ଗାଁର ଆଦିକନ୍ଦ ବେହେରାଙ୍କ ଘର ନିକଟରେ ଥିବା ନଳକୂପ ଓ କେଦାରନାଥ ଜେନାଙ୍କ ଘର ନିକଟରେ ଥିବା ନଳକୂପ ୨ଟି ଖରାପ ହୋଇଥିବାରୁ ଗାଁ ଲୋକେ ବସୁଧା ଯୋଜନାର ଟୋଲଫ୍ରିନ ନଂ ୧୯୧୬କୁ ବାରମ୍ବାର ଜଣାଇଥିଲେ ମଧ୍ୟ ୪ ମାସ ମଧ୍ୟରେ ମରାମତି କରାଯାଇନାହିଁ । ଫଳରେ ସେ ଅଂଚଳର ଲୋକେ ପାଇବାପାଣି ବହୁ ଦୂରସ୍ଥାନରୁ ଆଣିବାକୁ ବାଧ୍ୟ ହେଉଛନ୍ତି । ଏଣେ ସେ ଅଂଚଳର କେତେକ ଲୋକେ ପୋଖରୀ ପାଣି ବ୍ୟବହାର କରୁଥିବାରୁ ପେଟମରା ରୋଗ ଆରମ୍ଭ ହୋଇଛି । ୨ଟି ନଳକୂପ ଖରାପ ହୋଇଥିବାରୁ ଗତକାଲି ଗ୍ରାମର ଆଦିକନ୍ଦ ବେହେରା, ତପନ ବେସ୍ରା, ଗୌରହରି ବିଶ୍ୱାଳ, ଝାନୁ ମହାଲ, ବୃନ୍ଦାବତି ମହାଲ, ଜଳଧର ବେହେରା, ଗୌତମ ବେହେରା ପ୍ରମୁଖ ପ୍ରଶସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା