ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂ ଭୂବନେଶ୍ୱରରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ତାଙ୍କରି ସ୍ଥାନରେ ଆଜି ନୂଆ ଦକ୍ଷିଣାଞ୍ଚଳ ଆଇଜି(ବ୍ରହ୍ମପୁର) ଭାବେ ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର୍ ଯତୀନ୍ଦ୍ର କୋୟଲ୍ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ କୋୟଲ୍ ଏଥି ପୂର୍ବରୁ ଡ଼ିଆଇଜି(ଏସଟିଏଫ୍) ଦାୟିତ୍ୱରେ ରହି ନିଜ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । ଆଜି ଶ୍ରୀ କୋୟଲ୍ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗଞ୍ଜାମ ଏସପି ବ୍ରିଜେଶ୍ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଓ କର୍ମଚାରୀ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ କୋୟଲ୍ ନିଜ ଚାକିରୀ ଜୀବନର ଆରମ୍ଭ ବ୍ରହ୍ମପୁର ଏସଡ଼ିପିଓ ଭାବେ କରିଥିବା ବେଳେ ନିଜ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରି ସେହି ସମୟରେ ଜଣେ ଭଲ ଅଧିକାରୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ବର୍ତ୍ତମାନ ଆଗକୁ ନିର୍ବାଚନ ରହିଥିବା ବେଳେ ଏହା ପୂର୍ବରୁ ତାଙ୍କ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏଠାରେ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ନିର୍ବାଚନ ସମୟରେ ସମ୍ବେଦନଶୀଳ ଜିଲ୍ଲା ଭାବେ ପରିଚିତ ହୋଇଥିବା ବେଳେ ମାଓପ୍ରବଣ ଦକ୍ଷିଣ ଓଡ଼ିଶାରେ ସେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ସଫଳ ହେବେ ବୋଲି ଜନସାଧାରଣଙ୍କ ବିଶ୍ୱାସ ରହିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା