ଦମକଳ ବାହିନୀର ଆନ୍ଦୋଳନ ଯୋଗୁଁ ଢେଙ୍କାନାଳରେ ଜନସେବା ବିପର୍ଯ୍ୟସ୍ଥ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦମକଳ କେନ୍ଦ୍ରର ବିଭିନ୍ନ ଦାବିନେଇ ଆଜକୁ ଚାରିଦିନ ହେଲା କର୍ମଚାରି ମାନେ ଆନ୍ଦୋଳନରେ ବସିଥିବା ଯୋଗୁଁ ଜନସେବା ସମ୍ପୂର୍ଣ ଠପ ହୋଇଯାଇଛି । ଫଳରେ ଅଗ୍ନିବିପର୍ଣ୍ଣ କୁ ରୋକିବା, ପାଣିରେ ବୁଡ଼ିଯାଉଥବା ଲୋକଙ୍କୁ ଉଦ୍ଧାର କରିବା, ନଦୀରେ ଭାସିଯାଉଥିବା ଜୀବନକୁ ରକ୍ଷାକରିବା ଆଦି ଜରୁରୀ କାର୍ଯ୍ୟ ସେବା ସମ୍ପୂର୍ଣ ବନ୍ଦ ହୋଇଯାଇଛି । ତେବେ ଏମାନଙ୍କ ଦାବି ପୁରାଣ କରିବା ନିହାତି ଜରୁରିଥିଲେ ମଧ୍ୟ ରାଜ୍ୟସରକାର ଚାରିଦିନ ହେଲା ମନକାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦାବି ପୁରାଣ ପାଇଁ ଅଡ଼ିବସିଥିବା କର୍ମଚାରୀମାନେ ଏଥିପ୍ରତି ଦୁଃଖପ୍ରକାଶ କରୁଥିଲେ ମଧ୍ୟ ନିଜରପେଟପାଟଣା ପାଇଁ ଆନ୍ଦୋଳନରେ ବାଧ୍ୟ ହୋଇ ବସିଛନ୍ତି । ଢେଙ୍କାନାଳ ଦମକଳ କେନ୍ଦ୍ର ଆନ୍ଦୋଳନକାରୀଙ୍କର ମୁଖ୍ୟ ଲକ୍ଷ୍ମଣ ମାଝୀଙ୍କ ସମେତ ଜଗନ୍ନାଥ ନାୟକ, ପ୍ରଦୀପ ନାୟକ, ବ୍ରହ୍ମାନନ୍ଦ ସାହୁ, ପ୍ରତାପ କୁମାର ମହାନ୍ତି, ମୋହନ ବିଶ୍ୱାଳ, କୁମରମଣୀ ସାମଲ, ହିମାଂଶୁ ଶେଖର ନାୟକ ଆଦି ଆନ୍ଦୋଳନରେ ଚାରିଦିନ ହେଲା ବସିରହିଥିଲେ ସୁଦ୍ଧା ସରକାର କିମ୍ବା ତାଙ୍କ ଉପରସ୍ଥ ଅଧିକାରୀମାନେ ଆଦୌ ବିଚଳିତ ହଉନଥିବାରୁ ସେମାନେ ଭୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସେମାନଙ୍କ ଦାବୀପ୍ରତି ଜନସାଧାରଣ ସମର୍ଥନ କରୁଥିବାରୁ ଜନସାଧାରଣଙ୍କୁ ସେବା ଯୋଗାଇ ନପାରୁଥିବା ଯୋଗୁଁ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।