

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସହରର ବସଷ୍ଟାଣ୍ଡ ନିକଟବର୍ତ୍ତୀ ଦୁର୍ଗାବଜାରର ହନୁମାନ ବଟିକା ପ୍ରାଙ୍ଗଣରେ ସ୍ୱର୍ଗତ ଦମ୍ବୁରୁଧର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ପଥପ୍ରାନ୍ତ ମାନଙ୍କୁ ଥଣ୍ଡା ପାନୀୟ ଜଳର ସୁବିଧା କରିବା ପାଇଁ ଦମ୍ବୁରୁଧର ମହାନ୍ତିଙ୍କ ସୁପୁତ୍ର ପ୍ରଦୀପ କୁମାର ମହାନ୍ତି ଏହି ଜଳ ପ୍ରକଳ୍ପ ଲୋକାର୍ପିତ କରିଥିଲେ । ଏହାକୁ ଉଦଘାଟିତ କରିଥିଲେ ପୋୖରାନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରକ୍ତ ଚାବୁର ସମ୍ପାଦକ ଗଗନ ବିହାରୀ ପଣ୍ଡା, ପୌରପାଳିକାର ଯନ୍ତ୍ରୀ ରଶ୍ମିତା ମିଶ୍ର, ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଅନେକ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । ରାଜ୍ୟ ତଥା ସମଗ୍ର ଭାରତ ବର୍ଷରେ କୋରନାର ଦ୍ୱିତୀୟ ଲହରୀ ଚାଲିଥିବା ସମୟରେ ଢେଙ୍କାନାଳର ସହର ପାଇଁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ଜିଲ୍ଲା ତଥା ସହରର ବାସୀଙ୍କ ପାଇଁ ଉଚ୍ଚ ପଦକ୍ଷେପ ବୋଲି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିଜର ମତ ରଖିଥିଲେ ।

