ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମ୍‌)ର ଗଣବିକ୍ଷୋଭ ଓ ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିତ୍ୟବ୍ୟବହାର୍ଯ୍ୟ ଜିନିଷର ସୀମାହିନ ଦରବୃଦ୍ଧି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବାଲେଶ୍ୱର ଜିଲାର ଜଳେଶ୍ୱର ସିପିଆଇ(ଏମ୍‌) ପକ୍ଷରୁ ଦିଲ୍ଲିପ କୁମାର ଗିରିଙ୍କ ନେତୃତ୍ୱରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ରାଜ୍ୟ ସରକାର ପ୍ରେଟୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ନ୍ୟାର୍ଯ୍ୟଚିତ ଦର ହ୍ରାସ ସହିତ ୩ଟି କଳା କୃଷି ଆଇନ୍ ପ୍ରତ୍ୟାହାର, ଧାନର ସହାୟକ ମୂଲ୍ୟ ୩୦୦୦ ଟଙ୍କା ହେବା, ନୂତନ ବିଦ୍ୟୁତ୍ ଆଇନ୍ ପ୍ରତ୍ୟାହାର, ପୂର୍ବଭଳି ପ୍ରତି ଗାଁରେ ଭତ୍ତା ସର୍ବନିମ୍ନ ୨୦୦୦ଟଙ୍କା ପ୍ରଦାନ କରିବା, ଭୂମୀହିନଙ୍କୁ ପଟା ଓ ସମସ୍ତଙ୍କୁ ରେସନ୍‌କାର୍ଡ ଦେବା ସହିତ ଆବାସ ଯୋଜନାର ଦୁର୍ନିତୀକୁ ତଦନ୍ତ କରିବା ଦାବିରେ ଶତାଧିକ କର୍ମୀ ଷ୍ଟେସନ ଛକରୁ ଏକ ପଟୁଆରରେ ବାହାରି ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲ । ବିଡିଓ ଦିପ୍ତିରଂଜନ ସେଠୀଙ୍କୁ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏଥିରେ ଶିତାଂଶୁ ସେନାପତି, ଜିତାଂଶୁ ନନ୍ଦି, ଦିଲ୍ଲିପ ପରିଡା, ରତନ ଦାସ, ପଲ୍ଟୁ ଦାସ, ଜୀବନ ପରିଡା, ଗଣେଶ ଭୂୟାଁ, ସୂର୍ଣ୍ଣ ସିଂହ, ଜତିନ୍ ଜେନା, ରବିନ୍ଦ୍ର ବାରିକ, ବସନ୍ତ ଦାସ, ରାମଚନ୍ଦ୍ର ଦେ, ଧୀରେନ୍ଦ୍ର ଦେ, ବସନ୍ତ ପ୍ରଧାନ, ଶେଖ୍ ଅବଦୁଲ ସାଦ୍ଦିକ, ସବିତା ସାହୁ, ଲକ୍ଷ୍ମୀଧର ପଲେଇ, ଆରତୀ ପଲାଇ, ମମି ପଣ୍ଡା, ରାଜିବ ପଣ୍ଡା, ସବୁତା ଭ୍ରୂୟାଁ, ଗଣେଶ ପାତ୍ର, ବଂକିମ ବିଶ୍ୱାଳ, ଅଧିର ହୁଇ, ସେକ୍ ନଜିମୁଦ୍ଦିନ, ସେକ୍ ଜମିରୁଦ୍ଦିନ, ଚନ୍ଦ ଶତପଥି, ଭାଗବତ ପ୍ରଧାନ, ରାଜେଶ ମହାନ୍ତି, କାହ୍ନୁ ସିଂହ, କାଦ ମାରାଣ୍ଡି, ଶିତାଂଶୁ ମହାନ୍ତି, ଅବନୀକାନ୍ତ ବାରିକ, ବିଜୟ ସିଂହ, ସୁମିତ୍ରା ଦେ, ଶରତ ମହାନ୍ତି, ରାଜେଶ ମହାନ୍ତି, କୁନା ଟୁଡୁ, ପ୍ରମୁଖ ବହୁ ବ୍ୟକ୍ତି ସାମିଲ ଥିଲେ ।

ରିପୋର୍ଟ : ଭୂପତି ପରିଡା