



ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଦଳୀୟ କର୍ମୀଙ୍କ ସମେତ ଜଳସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ଆଜି ନର୍ମାଣଧିନ ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଉପକଣ୍ଠରେ ଏହି ଡମ୍ବାପୁର ଜଳସେଚନ ପ୍ରକଳ୍ପ ନର୍ମାଣ ଧିନ ଅବସ୍ଥାରେ ରହିଛି । ଏହି ପ୍ରକଳ୍ପରେ ଜଳସେଚନ ବନ୍ଧର ସମସ୍ତ ବୈଷୟିକ ନର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେନାଲ କାର୍ଯ୍ୟ ଏ ପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇ ପାରି ନଥିବା ଜଣାଯାଇଛି । ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଗତ ୨୦୦୮ ମସିହା ଏପ୍ରିଲ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ତେବେ ପ୍ରକଳ୍ପର ତ୍ଵରିତ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣତା ଓ କାର୍ଯ୍ୟକ୍ଷମତା ନେଇ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରୀତା ନେଇ ଯାହା କିଛି ବୈଷୟିକ ଓ ଅର୍ଥର ଅଭାବନୀୟ ପରିସ୍ଥିତି ଯୋଗୁଁ ଯଦିବା ଅଟକି ଯାଇ ନିର୍ମାଣ କାର୍ଯ୍ୟ କି ଆଉ କିଛି ପାଇଁ ଅଟକି ଯାଇ ବାଧା ସୃଷ୍ଟି ହେଉଛି ତେବେ ସେଥିପାଇଁ ଏହାକୁ ନେଇ ଭୁବନେଶ୍ୱର ଠାରେ ସଚିବ ସ୍ତରୀୟ ତଥା ଉଚ୍ଚ ସ୍ତରୀୟ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ପୂର୍ବତନ ବିଧାୟକ ତଥା ବରିଷ୍ଠ ଚାଷୀ ନେତା ବିଜୟ କୁମାର ଜେନା ମଧ୍ୟ ଆଲୋଚନା ବେଳେ ପ୍ରକଳ୍ପ ଉପରେ କେତେକ ନୂତନ ବୈଷୟିକ ଯୋଜନାର ପରାମର୍ଶ ଦେଇଥିଲେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଏବଂ ଦରକାର ପଡ଼ିଲେ ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ଭୁବନେଶ୍ୱର ଯିବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତଯ୍ୟାମି ଗମାଙ୍ଗ, ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଜିଲ୍ଲା ପରିଷଦ ଉପ-ଅଧ୍ୟକ୍ଷ ଆର. ବିଜୟ କୁମାର, ବିଜେଡିର ବରିଷ୍ଠ ନେତା ବସନ୍ତ ଦାସ,ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ ଏବଂ ଜିଲ୍ଲା ସ୍ତରୀୟ ବହୁ ଦଳୀୟ ନେତାଙ୍କ ସହ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡମ୍ବାପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନରେ ଯାଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା







