

ଛତ୍ରପୁର (ସମୃଦ୍ଧ ଓଡିଶା) ହାବିଲଦାର ଓ କନେଷ୍ଟବଲ ସଂଘର ଇଲେକ୍ସନ ପାଇଁ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସୂଚନା ଯେ, ସଭାପତି ଅଭିମନ୍ୟୁ ଜାଲି, ଗୋରାଚାନ୍ଦ ତ୍ରିପାଠୀ ଉପସଭାପତି ପଦ ପାଇଁ, ଆକାଶ ବେହେରା, ଜି. ମନୋଜ କୁମାର ସମ୍ପାଦକ ପଦ ପାଇଁ, ସୁବାଷ ଚନ୍ଦ୍ର ସେଠୀ ବ୍ରଜମୋହନ ଜେନା, ଯୁଗ୍ମ ସମ୍ପାଦକ ପଦ ପାଇଁ, ଦିଲୀପ କୁମାର ରଣା, ଦୀନବନ୍ଧୁ ବେହେରା, ପି. ଧୃବ କହଁରଙ୍କ ସମେତ ଅନ୍ୟ ସମସ୍ତେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟ ପାର୍ଟିର ୨୨ ଜଣ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଡିସନାଲ ଏସ୍ପି ବିଜୟ କୁମାର ମଲିକଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୧୦ ତାରିଖରେ ଇଲେକ୍ସନ ହେବାକୁ ଥିବାବେଳେ ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ବୋଲି ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
