ଦାନ୍ତେଓ୍ଵାଡା ମାଓବାଦୀ ଆକ୍ରମଣ ଘଟଣା: ସାମ୍ବାଦିକ ଥିବା ଜାଣି ନ ଥିଲୁ- ମାଓ ସଙ୍ଗଠନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା ) ଛତିଶଗଡ ଦାନ୍ତେୱାଡାର ନିଳବାୟା ଜଙ୍ଗଲ ମଧ୍ୟରେ  ପୁଲିସ ସୁରକ୍ଷା ସହିତ  ନିର୍ବାଚନୀ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଆକ୍ରମଣରେ ତିନିଜଣ ଯବାନଙ୍କ ସହିତ ବଲାଙ୍ଗୀରର ପୁଅ ତଥା ଦିଲ୍ଲୀ  ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘୃଣ୍ୟ ଘଟଣା ପରେ ଗଣମାଧ୍ୟମକୁ ମାଓବାଦୀମାନେ ଟାର୍ଗେଟ କରୁଥିବା ନେଇ ବିଭିନ୍ନ ଆଡୁ ସମାଲୋଚିତ ହୋଇଥିଲେମାଓବାଦୀମାନେ । ଆଜି ଏହି ଘଟଣାରେ ମାଓବାଦୀ ସଙ୍ଗଠନ ପକ୍ଷରୁ  ସ୍ପଷ୍ଟିକରଣ ଦିଆଯାଇଛିି। ମାଓବାଦୀ ସଙ୍ଗଠନ  ଦର୍ଭା ଡିଭିଜିନାଲ କମିଟି ମୁଖପାତ୍ର ସାଇନାଥ ଏକ ପ୍ରେସ ବିବୃତ୍ତି ଜାରି କରି ଏହି ଘଟଣାରେ ଦୁଃଖପ୍ରକାଶ  କରବା ସହିତ  ସାମ୍ବାଦିକକୁ ଜାଣିଶୁଣି ଆକ୍ରମଣ କରାଯାଇନାହିଁ ବୋଲି ସଫେଇ ଦେଇଛନ୍ତି। ମାଓବାଦୀମାନେ ଯବାନମାନଙ୍କୁ  ଟାର୍ଗେଟରେ କରିଥିଲେ । କିନ୍ତୁ ସେମାନଙ୍କ ସହିତ ଦୂରଦର୍ଶନ ଟିମ୍‌ ଥିବା ମାଓବାଦୀମାନଙ୍କୁ ଜଣା ନ ଥିଲା ବୋଲି ସାଇନାଥ  ପ୍ରେସ ବିବୃତ୍ତିରେ କହିବା ସହିତ  ସାମ୍ବାଦିକମାନେ  ଆମର ଶତ୍ରୁ ନୁହଁନ୍ତି ବରଂ ମିତ୍ର। ତେଣୁ  ମାଓ ଇଲାକାରେ ଯବାନ ଓ ପୋଲିସଙ୍କ ସହିଡ ଗଣମାଧ୍ୟମର କର୍ମୀମାନେ ନ ଯିବାକୁ ଏହି ପ୍ରେସ ବିବୃତ୍ତି ଜରିଆରେ ପରାମର୍ଶ ଦିଆଯାଇଛି।ସୂଚନାଯୋଗ୍ୟ ଗତ ୩୦ ତାରିଖରେ ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଅଘଟଣ । ଦୁରଦର୍ଶନର ଏକ ଟିମ ନିଲବାୟା ଅଞ୍ଚଳରେ ନୂଆକରି ତିଆରି ହୋଇଥିବା ଏକ ପୁଲିଂ ବୁଥ ସମ୍ପର୍କରେ ତଥ୍ୟ ସଂଗ୍ରହ  କରିବାକୁ ଯିବା ସମୟରେ ଯବାନମାନଙ୍କ ସହିତ ନକ୍ସଲଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ମୋଟ୍‌ ୩ ଜଣ ଯବାନ ଓ ଦୂରଦର୍ଶନର କ୍ୟାମେରା ମ୍ୟାନ ଅଚ୍ୟୁତାନନ୍ଦ ସାହୁ  ସହିଦ ହୋଇଥଲେ।