



ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଦାରୁଭଦ୍ରା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ବିକାଶ ସେଠୀ ଙ୍କ ତତ୍ଵାବଧାନରେ ଆମ ଓଡ଼ିଶା ନବିନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ, ଡି. ବିଶ୍ଵନାଥ, ଏନ୍ ରଘୁନାଥ ଯୋଗ ଦେଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷ ସଭ୍ୟ ଏଳା ସୁଦର୍ଶନ, ଓ ଜିଲ୍ଲାପରିଷ ସଭ୍ୟା ବାଇ ଗୀତାଞ୍ଜଳି, ଏବଂ ବ୍ଲକ୍ ର ଯୁବ ବିଜେଡ଼ି ସଭାପତି ମନୋଜ ସାବତ ଯୋଗ ଦେଇଥିବାବେଳେ ସମସ୍ତ ସରପଞ୍ଚ ଏବଂ ସମସ୍ତ ସମିତି ସଭ୍ୟ ଙ୍କ ଉପସ୍ଥିତି ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା l ଏହାପରେ ସମସ୍ତ ଅତିଥିଙ୍କୁ ଉପଢୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କରାଯାଇଥିଲା ସମିତି ସଭ୍ୟ ଏଳା ସୁଦର୍ଶନ ସମସ୍ତ ଅତିଥି ଙ୍କ ପରିଚୟ ପ୍ରଦାନ କରିଥଲେ l ଏହାପରେ ସରପଞ୍ଚ ବିକାଶ ସେଠୀ ହିଞ୍ଜିଳିକାଟୁ ବ୍ଲକ୍ ର ସମସ୍ତ କର୍ମଚାରୀ ଅଙ୍ଗନବାଡ଼ି ଆଶାକର୍ମୀ ମିଶନ ଶକ୍ତି ମା ଓ ଏସ ହେଚ୍ ଜି ଗ୍ରୁପ୍ ର ମହିଳା ଙ୍କ ସହିତ ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ଓ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମାନଙ୍କୁ ସମ୍ମାନୀତ କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭ ରୁ ଭାରତ ନିଳା ନାଟକ ଦ୍ୱାରା ଦାରୁଭଦ୍ରl ପଞ୍ଚାୟତ ର ବିକାଶ କୁ ନେଇ ଲୋକମାନଙ୍କୁ ସଚେତନତା କରଯାଇଥିଲା l ଗ୍ରାମର ଶିଶୁ କଳାକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆକର୍ଷିତ ହୋଇଥିଲା l ଏହାପରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯକ୍ରମ ଶେଷ ପର୍ଯ୍ୟନ୍ତ ଦର୍ଶକ ଙ୍କ ଭିଡ ଦେଖିବାକୁ ମିଳିଥିଲା l
ରିପୋର୍ଟ : ରଜତ ପଟ୍ଟନାୟକ


