

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ବୁଧବାର ଦିନ ବିଳମ୍ବିତ ରାତି ପ୍ରାୟ ସାଢେ଼ ୧୧ ଘଣ୍ଟା ସମୟରେ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟ ରାସ୍ତା ଗୋକର୍ଣ୍ଣପୁର ଠାରୁ ୫୦ ମିଟର ଦୂରରେ ଥିବା ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟ ରାସ୍ତା ଗୋକର୍ଣ୍ଣପୁର ଠାରୁ ୫୦ ମିଟର ଦୂରରେ ଥିବା ବ୍ରିଜ ନିକଟରେ ଏକ କାର ଛିଡ଼ା ରହିଥିବା ସମୟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ଏକ ବାଇକ ପଛ ପଟରୁ ପିଟି ହୋଇଯାଇଥିଲା । ଫଳରେ ସାନଖେମୁଣ୍ଡି ବ୍ଲକ ସାହସପୁର ହାଟପଦାର ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ନାମ କାଳିଆ ଡାକୁଆ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାମ ଜଣାପଡି ନାହିଁ । ବର୍ତ୍ତମାନ ସେମାନେ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

