ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଓ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷା ବୈଠକ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗତକାଲି ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଓ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ନିର୍ଦ୍ଦେଶ ପ୍ରକାରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ସଭାପତି କୁରେଷୁ ରଣା, ୱାର୍ଡ ମେମ୍ବର ଶିବରାମ ନାୟକ ଓ ଉଦୟନାଥ ରଣା ଉପସ୍ଥିତ ହୋଇଥିଲେ । ଏହାସହ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପିତାମାତା ଯୋଗ ଦେଇଥିଲେ । ଏହି ଅବସରରେ ନିମ୍ନରେ ଦିଆଯାଇଥିବା ସମସ୍ତ ବିଷୟ ଉପରେ ପ୍ରଧାନ ଶିକ୍ଷକ ମହୋଦୟ ପି.ଟି.ଏ ଙ୍କୁ ବୁଝାଇଥିଲେ ।
୧. ସମସ୍ତ ପିଲା ବିଦ୍ୟାଳୟରେ ଉପସ୍ଥିତ, ନିୟମିତ ଆସିବା ।
୨. ଉଜ୍ଜ୍ଵଳ/ଉଥାନ ପୁସ୍ତକ ଓ ସେଥିରେ ଥିବା ପାଠ୍ୟକ୍ରମ ସମ୍ପର୍କରେ ବୁହାଯାଇଥିଲା ।
୩. ‘ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ’ ବିଷୟରେ ଆଲୋଚନା କରାଯାଇଥିଲା ।
୪. ପିଲାଟିଏ/ଗଛଟିଏ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଶିକ୍ଷାଅଧିକାରୀ ସନାତନ ପାଢ଼ୀ ଓ ବିଇଓ ବସନ୍ତ କୁମାର ପଣ୍ଡାଙ୍କ ଆଦେଶ ପ୍ରକାରେ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ବିପର୍ଯ୍ୟୟ ।
୫. ଶିକ୍ଷଣ କାର୍ଯ୍ୟକ୍ରମ ବେଳେ ଟିଏଲଏମ ବ୍ୟବହାର ।
୬. ବିଦ୍ୟାଳୟ ପରିବେଶକୁ ସୁନ୍ଦର, ସବୁଜ ଓ ସୁରକ୍ଷା ଯୋଜନା ।
୭. ମଧ୍ୟାହ୍ନ ଭୋଜନ ସୁପରିଚାଳନା ଏବଂ ବଗିଚା ପ୍ରସ୍ତୁତିର ସମସ୍ତଙ୍କ ସହଯୋଗ ।
୮. ‘ମୁଁ କିପରି ଅଛି’ ପିଲାମାନେ ଦର୍ପଣ ଦେଖିବେ ।
୯. ଲାଇବ୍ରେରୀ ଓ ୨୧୪୦ ପିରିୟଡ଼ ବିଷୟରେ ଅବଗତ ।
୧୦. ପୋଷାକ ଓ ଜୋତା ଯୋଗାଣ ।
୧୧. ବାର୍ଷିକ ଉତ୍ସବ କ୍ରୀଡା, ଗୀତ, ନାଚ ସହ ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟ ଠାରୁ ଆମ ସରକାରୀ ବିଦ୍ୟାଳୟ ମଧ୍ୟ ଅଧିକ ଉନ୍ନତି ଶିକ୍ଷା ଓ ପିଲାଙ୍କ ଆକ୍ଟିଭିଟିକୁ ଅଧିକ ଥିବାର ପ୍ରମାଣ ଦେଖାଇଛୁ ।
ସମସ୍ତ ଦିଗରୁ ବିଦ୍ୟାଳୟର ଉନ୍ନତି କିପରି ହେବ ସମସ୍ତ ପିତାମାତାଙ୍କ ସହଯୋଗ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଲୋଡ଼ିଥିଲେ । ସମସ୍ତ ଅଭିଭାବକ ଯୋଗଦାନ କରି ଏହି ବୈଠକକୁ ସାଫଲ୍ୟ କରିଥିବାରୁ ସମସ୍ତଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ