

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଆଙ୍କୋରଡା ସରପଞ୍ଚ ସୁଶାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସୂଚନା ଅନୁଯାୟୀ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପଞ୍ଚାୟତ ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ଜଣାପଡ଼ିଛି । ଦିଗପହଣ୍ଡି ନୀଳାଦ୍ରିବିହାର, ଦିଗପହଣ୍ଡି ବଜାରରେ ନିର୍ମାଣଧୀନ ତିନି ମହଲା କୋଠା, ରାଜପୁର ଗ୍ରାମ, ପୈତୃକ ଗାଁ ନବରଙ୍ଗପୁର, ଦିଗପହଣ୍ଡି ବଜାରର ଅନ୍ୟ ଏକ ଘର ଏବଂ ଆଙ୍କୋରଡା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି । ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ସୁଶାନ୍ତ ସାହୁ ସମିତିସଭ୍ୟ ଥିବାବେଳେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ସରପଞ୍ଚ ଥିଲେ । ୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସରପଞ୍ଚ ଅଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


