ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଗଣଶିକ୍ଷା ବିଭାଗ ତରଫରୁ ମିଳିତ ଶିକ୍ଷକ ଓ ଅଭିଭାବକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ, ବିଇଓ ବସନ୍ତ କୁମାର ପଣ୍ଡା, ସିଆରସିସି ଉପେନ୍ଦ୍ର ପଣ୍ଡା, ଆଇନଜୀବୀ ହରପ୍ରସାଦ ରଥ, ପରିଚାଳନା କମିଟି ସଭାପତି ମାଗି ସେଠୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା