ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବନ୍ୟଞ୍ଚଳ ବିଭାଗୀୟ ଅଧିକାରୀ ହାତୀ ମାରି ନ ଥିବା କହିବାରୁ ଗ୍ରାମରେ ଉତ୍ୟକ୍ତ ଲୋକେ ଉତେଜିତ ହୋଇ ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ଓ ଟାୟାର ଜାଳି ଶବ କୁ ରାସ୍ତାରେ ରଖି ରାସ୍ତା ରୋକ କରିଥିଲେ । ଶବ ଧରି ରାସ୍ତା ରୋକ କରି ବସିଥିବା ଲୋକଙ୍କ ପାଖରେ ଗଞ୍ଜାମ ଜିଲ୍ଲାପାଳ ପହଞ୍ଚିବାକୁ ଦାବି ହୋଇଥିବା ସମୟରେ ପହଞ୍ଚିଲେ ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଓ ତାଙ୍କର ଆଶ୍ୱସନାରେ ରାସ୍ତାରୋକ ଉଠିଥିଲା। ସାନଖେମୁଣ୍ଡି ବ୍ଲକ ଚିନ୍ତାଖାଲି ରାସ୍ତାର ଏକ ବିଲରେ ଏହି ମୃତ୍ ଦେହ ଦିଖିବାକୁ ମିଳିଥିଲା । ଲୋକଙ୍କ କହିବା ଅନୁଯାୟୀ ଏହି ମୃତ ବ୍ୟକ୍ତିଟି ହାତୀ ଆକ୍ରମଣରେ ମରିଥିବା ବେଳେ ପ୍ରଶାସନ ରାଜି ନ ହେବାରୁ ଉତେଜନା ସୃଷ୍ଟି ହୋଇଥିଲା । ବିଲରେ ହାତୀ ମାନଙ୍କର ପାଦ ଚିନ୍ହ ଦେଖିବାକୁ ମିଳିଥିଲା । ଚୂଡଙ୍ଗପୁର ଚିନ୍ତାଖାଲି ରାସ୍ତା ନିକଟ R. ଜୁରିଆ ପାତ୍ର ଙ୍କ ଵିଲ ନିକଟରେ ବାର ଟିକିଆ ହାତୀ ପଲ ଉପଦ୍ରବ କରୁଥିଲେ ଏହି ସମୟରେ ଜୁରିଆ କାଳେ ହାତୀ ଧାନ ଫସଲ ନଷ୍ଟ କରିଦେବ ଭାବି ଭୋରୁ ସକାଳୁ ବିଲକୁ ଆସିଥିଲେ।ପରିବାର ଲୋକେ ଜୁରିଆକୁ ଖୋଜି ନ ପାଇବାରୁ ବିଲରେ ପହଞ୍ଚିଥିଲେ ସେଠାରେ ଜୁରିଆଙ୍କ ମରଶରୀର ଦେଖି ହାତୀ ଆକ୍ରମଣରେ ମରିପଡିଥିବା ଅଭିଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା