

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସୂଚନା ଅନୁଯାୟୀ ଭୁବନେଶ୍ୱର ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଏହାପରେ ସେ କିଟ ବିଶ୍ୱବିଦ୍ୟାଳୟ ପରିସରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଥିଲେ । ଏହି ଅବସରରେ କବି ସମ୍ମିଳନୀରେ ଉପରାଷ୍ଟ୍ରପତି ଓଡ଼ିଆରୁ ନିଜ ଭାଷଣ ଆରମ୍ଭ କରିଥିଲେ । ଓଡିଶାକୁ ଆସି ବେଶ ଉଲ୍ଲସିତ ଥିବା ସେ କହିଥିଲେ । ଏହାସହ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ । ସମଗ୍ର ବିଶ୍ୱ ହେଉଛି ଏକ ପରିବାର । ଗୋଟିଏ ସମୟରେ ଭାରତ ବିଶ୍ୱର ଗୁରୁ ଥିଲା । ସମଗ୍ର ବିଶ୍ୱରୁ ଛାତ୍ରଛାତ୍ରୀମାନେ ଆସି ନାଳନ୍ଦାରେ ଅଧ୍ୟୟନ କରୁଥିଲେ । କବିତା ସମଗ୍ର ବିଶ୍ୱରେ ପରିବର୍ତ୍ତନ କରିପାରିବ । ସାହିତ୍ୟ, କଳା ଓ ନୃତ୍ୟ ମନରେ ଶାନ୍ତି ଏବଂ ଖୁସି ଆଣିପାରିବ । ତେଣୁ ପରମ୍ପରା ଏବଂ ମୂଲ୍ୟବୋଧକୁ ବଞ୍ଚାଇ ରଖିବାକୁ ଉପରାଷ୍ଟ୍ରପତି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଏହାପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ସନ୍ଧ୍ୟା ୫.୫୦ ମିନିଟ ସମୟରେ ଦିଲ୍ଲୀ ଗ୍ରସ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





