

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ରାଜ୍ୟ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚି କାର୍ଯ୍ୟକ୍ରମର ଜିଲ୍ଲା ୱାରୀ ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ବହୁ ପୁରାତନ ବିଦ୍ୟାଳୟ ତଥା ଛତ୍ରପୁର ସହରରେ ଥିବା ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ମୋ ସ୍କୁଲ କାର୍ଯ୍ୟକ୍ରମ କିପରି ଚାଲିଛି ତାହର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବୁଝିଥିଲେ । ଏହାସହ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ମାର୍ଟ କ୍ଲାସ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ । ବିଦ୍ୟାଳୟରେ କଣ ସବୁ ଆବଶ୍ୟକତା ରହିଛି ତାହା ପଚାରି ବୁଝିଥିଲେ । ଏହି ଅବସରରେ ବିଦ୍ୟାଳୟରେ ପାନୀୟଜଳ ସମସ୍ୟା ଏବଂ ମଧ୍ୟାହ୍ନ ଭୋଜନ ନିମନ୍ତେ ଏକ କୋଠା ପ୍ରଦାନ କରିବା ନିମନ୍ତେ ସମସ୍ତ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ସାମଲ କହିଥିଲେ । ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ବାଗଚି ତାଙ୍କ ସ୍ୱାମୀ ସୁବ୍ରତ ବାଗଚି ଏହି ବିଦ୍ୟାଳୟରେ ପାଠ ପଢୁଥିବା ହେତୁ ପୁରାତନ ଛାତ୍ର ଅନୁସାରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁସାରେ ସ୍କୁଲକୁ ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନର ଅଧିକାରୀ ଅମରଜିତ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ସନାତନ ପଣ୍ଡା, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଏବିଇଓ ସୀତାରାମ ପାତ୍ର, ପ୍ରଧାନଶିକ୍ଷୟତ୍ରୀ ନାମିତା ଦେ, ମୋ ସ୍କୁଲ ଅଭିଯାନର ସଂଯୋଜିକା ତଥା ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତିଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟକ୍ଷା ବିଦ୍ୟାଳୟ ଭିଜିଟ ଖାତାରେ ରାଜ୍ୟର ଏହି ବିଦ୍ୟାଳୟ ଶ୍ରେଷ୍ଠ ସ୍କୁଲ ବୋଲି ଲେଖିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା






