ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଶକ୍ତି ବିଭାଗର କମିଶନର ବିଷ୍ଣୁ ପଦ ସେଠି ଦିନିକିଆ ହିଞ୍ଜିଳିକାଟୁ ଗ୍ରସ୍ତ କରି ପ୍ରଥମେ ଗୋଦାରା ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, କଞ୍ଚୁରୁ ମନରେଗା ପ୍ରକଳ୍ପ ସମୀକ୍ଷା, ଶାସନ ଆମ୍ବଗାଁ ବିଜୁ ପଟ୍ଟନାୟକ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା, ରାଳବ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ହିଞ୍ଜିଳିର ମୋଡେଲ ବସଷ୍ଟାଣ୍ଡ, ମାଛ ମାର୍କେଟ ଓ କମ୍ପ୍ଲେସ୍କ ପରିଦର୍ଶନ କରିଥିଲେ । ଏହାପରେ ମଧ୍ୟାହ୍ନରେ ହିଞ୍ଜିଳିକାଟୁ ଆହାରକେନ୍ଦ୍ରକୁ ଯାଇ ଭାତ ଡାଲମା ଓ ଆଚାର ଖାଇଥିଲେ । ପରେ ବୁରୁପଡା ଅଙ୍ଗନବାଡି କେନ୍ଦ୍ର ଓ ସମରଝୋଳ ମାର୍କେଟ କମ୍ପ୍ଲେକ୍ସ ବୁଲି ତଦାରଖ କରିଥିଲେ । ଏହି ସମୀକ୍ଷା ଗସ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଗୋପୀନାଥ କୁଆଁର, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ସୂଚନା ଯେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରଶାସନିକ ଅଧିକାରୀଙ୍କୁ ଗୋଟିଏ ଗୋଟିଏ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହାସହ ପ୍ରତ୍ୟେକ ମାସରେ ଏହି ଅଧିକାରୀ ମାନେ ସଂପୃକ୍ତ ଜିଲ୍ଲାକୁ ଆସି ବିଭିନ୍ନ ଯୋଜନା ଓ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ଶକ୍ତି ସଚିବ ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଅଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା