
ଛତ୍ରପୁର (ସମୃଦ୍ଧ ଓଡିଶା) ଦିବ୍ୟଜୀବନ ସଂଘ ଛତ୍ରପୁର ଶାଖାର ମକରସଂକ୍ରାନ୍ତି ସଂଧ୍ୟାରେ ଏକ ବିଶେଷ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଋଷିକେଶ ସ୍ତିତ ଶିବାନନ୍ଦ ଆଶ୍ରମର ପୂଜ୍ୟ ସ୍ୱାମୀ ଦେବଭକ୍ତାନନ୍ଦ ସରସ୍ୱତୀଜୀ ମହାରାଜ ଯୋଗଦାନ କରି ଛତ୍ରପୁର ଶାଖା ଓ ଅନ୍ୟ ୪ ଗୋଟି ଶାଖାର ଶତାଧିକ ଭକ୍ତାକୁ ମାନବ ଜୀବନର ଲକ୍ଷ ଈଶ୍ୱର ପ୍ରାପ୍ତି ନିମନ୍ତେ ସହଜ ଓ ସରଳ ମାର୍ଗରେ ଆଶ୍ରିବଚନ ପ୍ରଦାନ କରିଥିଲେ । ବିଶେଷ କରି ଜୀବନରେ କିପରି ଆନନ୍ଦରେ କଟେଇବା ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ପୁନଶ୍ଚ ଇଂରାଜୀ ନବ ବର୍ଷରେ ତଥା ୧.୧.୨୦୧୯ ରିଖ ସଂଘ ସତସଙ୍ଗରେ ମଧ୍ୟ ପୂଜ୍ୟ ବ୍ରହ୍ମ ସାକ୍ଷାତକାରାନନ୍ଦ ସରସ୍ୱତୀ ଯୋଗଦାନ କରି ଭଗବାନଙ୍କ ଉପରେ ପୂର୍ଣ୍ଣ ନିଷ୍ଠା, ବିଶ୍ୱାସ, ଶ୍ରଦ୍ଧା ଓ ଗୁରୁ ଆଜ୍ଞାପାଳନ କରି ଈଶ୍ୱର ସାକ୍ଷାତକାର ନିମନ୍ତେ ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମନ୍ୱୟ ସମିତିର ସଭାପତି ବିପ୍ରଚରଣ ପାତ୍ର, ଶାଖାର ସଭାପତି ରଜନୀକାନ୍ତ ପଟ୍ଟନାୟକ, ସୁରେଶ ଚନ୍ଦ୍ର ଦାସ, କାମରାଜୂ ସାହୁ, କେ ବିଭୀଷଣ ପାତ୍ର, ସୁବାସ ଚନ୍ଦ୍ର ପଣ୍ଡା, ପଦ୍ମ ଚରଣ ବେହେରା, ସୁରେନ୍ଦ୍ର ଗୌଡ଼ ଆଦି ବରିଷ୍ଠ ଗୁରୁପ୍ରେମୀ ଯୋଗଦାନ କରିଥିଲେ । ଶାଖାର ସଂପାଦକ ପତିତପାବନ କରଣ ଏହା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



