
ବାରିପଦା: ଦିବ୍ୟ ଭାରତ ଯୁବା ସଂଗଠନ ଓ ଗାୟତ୍ରି ପରିବାର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ଗାୟତ୍ରୀ ପିଠରେ ଆୟୋଜିତ ଏହି ଯୋଗ ଶିବିରରେ ଯୋଗ ମଣିଷକୁ ଦୀର୍ଘାୟୁ କରିବା ସହ ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିଥାଏ । ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ଦିବ୍ୟ ଭାରତ ଯିବା ସଂଗଠନର ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ବାଙ୍କ ବିହାରୀ ସିଂହ ମତବ୍ୟକ୍ତ କରିଛନ୍ତି l ଯୋଗ ଗୁରୁ ଶ୍ରୀଲେଖା ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ । ଦିବ୍ୟ ଭାରତ ଯୁବା ସଂଗଠନର ବାରିପଦା ପ୍ରଭାରୀ ଦେବବ୍ରତ ଦେ, ଗିରିଶ ଚନ୍ଦ୍ର ଦାସ ଚାରୁଲତା ମହାନ୍ତି ଓ ଗାୟତ୍ରି ପରିବାର ର ପରିଜନ ପ୍ରମୁଖ ଉପସ୍ଥିତ ଥିଲେ ।