

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତିର ଏକ ମାତ୍ର ମାନସିକ ଅନଗ୍ରସର ଶିକ୍ଷା ଓ ପିଜିଓଥେରୋପି ତାଲିମ ଅନୁଷ୍ଠାନ ନିୟତି(ରାଣୀପେଣ୍ଠ) ପକ୍ଷରୁ ଗତ ୨ ତାରିଖ ରବିବାର ଦିନ ସ୍ଥାନୀୟ ବନଦୁର୍ଗା ମନ୍ଦିର ତୋଟା ଠାରେ ଏକ ଅଭିଭାବକ କର୍ମଶାଳ। ଅନୁଷ୍ଠିତ ହୋଇଯାଇଛି । ଏହାସହ ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ନିୟତିର ସଂସ୍ଥାପକ ତଥା ସମ୍ପାଦକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ହିତାକାକ୍ଷୀମାନେ ଦିବ୍ୟଙ୍ଗ ମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ସଂଗେସଂଗେ ସେମାନଙ୍କର ସମ୍ବିଧ।ନିକ ଅଧିକାର ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । “ଦିବ୍ୟଙ୍ଗ ଏକ ରୋଗ ନୁହେଁ ଏହା ଏକ ଅବସ୍ଥା ମାତ୍ର” ଏ ଥିଲା ସଚେତନତା । ଏହି କାର୍ଯ୍ୟକ୍ରମରେ ଡକ୍ଟର କକ୍ୟାନି ମିଶ୍ର, ବଳରାମ ନାଗା, ସୌଦାମିନୀ ପାତ୍ର, ଭାରତ ଭୂଷଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ରଥ, ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ ଯୋଗ ଦେଇଥିବା ବେଳେ ସ୍ନେହଳତା ପାଣିଗ୍ରାହୀ, ଜ୍ୟୋଷ୍ଣା ଡାକୁଆ, ସାସ୍ୱତୀ ବେବର୍ତ୍ତା ପରିଚାଳନ। କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

