ଛତ୍ରପୁର (ସମୃଦ୍ଧ ଓଡିଶା) ପବିତ୍ର ଗୀତା ଜୟନ୍ତୀରେ ଦିବ୍ୟଜୀବନ ସଂଘର ଛତ୍ରପୁର ଶାଖା ତରଫରୁ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଶ୍ରୀମଦ୍ ଭଗବତ ଗୀତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ତିନି ଜଣ ପଣ୍ଡିତଙ୍କୁ ନେଇ ପର୍ଯ୍ୟବେକ୍ଷକ ମଣ୍ଡଳୀ ଗଠିତ ହୋଇଥିଲା । ପର୍ଯ୍ୟବେକ୍ଷକ ପଣ୍ଡିତଙ୍କ ଦ୍ୱାରା ଚୟନ କରାଯାଇ ତିନି ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ହରିଦ୍ୱାରରୁ ଆସିଥିବା ମହାରାଜ ସ୍ୱାମୀ ରମଣାନନ୍ଦଜୀଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପରେ ପ୍ରାୟ ୩୩ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରୋତ୍ସାହନ ସ୍ୱରୁପ ପୁରସ୍କାର ପ୍ରଦାନ କରାଯାଇଥିଲା । ପୂଜ୍ୟଶ୍ରୀ ସ୍ୱାମୀ ରମଣାନନ୍ଦ ଜୀ, ସ୍ୱାମୀ ବ୍ରହ୍ମସାକ୍ଷାତକାରାନନ୍ଦ ଜୀ ଓ ସ୍ୱାମୀ ବିଦ୍ୟାନନ୍ଦଜୀ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଜଣେ ସଫଳ ଓ ଉତ୍ତମ ମନ୍ୟୁଷ ହେବା ପାଇଁ ଦିଗଦର୍ଶନ ଦେବାସହ ଆର୍ଶୀବାଦ ଦେଇ ମାର୍ଗଦର୍ଶନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶାଖାର ସଭାପତି ରଜନୀକାନ୍ତ ପଟ୍ଟନାୟକଙ୍କ ସମେତ ସୁରେଶ ଚନ୍ଦ୍ର ଦାଶ, କେ.ବୀଭିଷଣ ପାତ୍ର, ଦେବସ୍ମିତା ମହାନ୍ତି, ସୁରଜ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଶାଖାର ସମ୍ପାଦକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା