ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ଓ ତାଲୁକ ଆଇନ ସେବା କମିଟି ମିଳିତ ଆନୁକୂଲ୍ୟରେ ବିଶ୍ୱଭିନ୍ନକ୍ଷମ ଦିବସ ଆଜି ପାଳିତ ହୋଇ ଯାଇଛି । ବିଦ୍ୟାଳୟର ସ୍ଥାୟୀ ସଭାପତି କମଳଚକ୍ରବର୍ତ୍ତୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିରୂପେ କନିଷ୍ଠ ଦେବାନୀ ବିଚାରପତି ମାମି ବେହେରା, ମୁଖ୍ୟବକ୍ତାଭାବେ ସମାଜସେବୀ ସୁବାସିନୀ ଜେନା, ସମ୍ମାନିତ ଅତିଥିଭାବେ ଜେଏମ୍ଏଫସି ନିତିଷା ଚଣ୍ଡକ, ବିଡିଓ ନିତ୍ୟାନନ୍ଦ ସାହୁ, ବିଇଓ ବିଜୟ କୁମାର ନାଥ, ପୌରପରିଷଦର ନିର୍ବାହି ଅଧିକାରୀ ଅଜୟ କୁମାର ମହାପାତ୍ର, ଓକିଲ ସଂଘ ସଭାପତି କୁଞ୍ଜବିହାରୀ ଦାସ, ବରିଷ୍ଠ ଆଇନ୍ଜିବୀ ଚିନ୍ମୟ କୁମାର ଦାସ, ସୁନିଲ କୁମାର ଜେନା, ଓଡିଶା ଅକ୍ଷମ କଲ୍ୟାଣ ସମାଜ ଜଳେଶ୍ୱର ଶାଖା ସଭାପତି ବିଷ୍ଣୁପଦ ମହାନ୍ତି, ସାଧାରଣ ସଂପାଦକ କପିଳେଶ୍ୱର ମହାନ୍ତି, ପରିଚାଳନା କମିଟି ସଭ୍ୟ ଅରୁଣ କୁମାର ବେଜ, ଦିଲ୍ଲିପ ଗିରି, ପ୍ରଫୁଲ୍ଲ ପାଠୀ, ଡ, ଈଶ୍ୱର ଚନ୍ଦ୍ର ଜେନା, ଡ. ରମାକାନ୍ତ ଭଂଜ, ଜିତାରାମ ଦେ, ଶରତ ଚନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ସଶକ୍ତିକରଣ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଶେଷରେ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଜଳେଶ୍ୱର ଏସ୍ଡିପିଓ ଉମେଶ ଚନ୍ଦ୍ର ପଣ୍ଡା ଓ ଆଇସାଇସି ପ୍ରଦୀପ କୁମାର ମାଝୀ ଉକ୍ତ ବିଦ୍ୟାଳରେ ଅନ୍ତେବାସରୀ ମାନଙ୍କୁ ବିସ୍କୁଟ ଓ ଫଳ ବଣ୍ଟନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା