ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା’ ଶିର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରମେଶ ଚନ୍ଦ୍ର ରାଉତ ଉଦଘାଟନ କରିଥିଲେ । ଗଣିତ ବିଭାଗର ମୁଖ୍ୟ ଡଃ ହିମାଂଶୁ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁବଳ ଚନ୍ଦ୍ର ଦେ ଆଲୋଚନା ଚକ୍ରର ମୁଖ୍ୟ ନିବନ୍ଧ ଉପସ୍ଥାପନ କରିଥିଲେ । ଅଧ୍ୟାପିକା ଅଞ୍ଜନା ଭୋଇ ମଂଚ ପରିଚାଳନା କରିଥିବା ବେଳେ ଲୁଖି ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା