ଦୀନକୃଷ୍ଣ ମୀନାମଣ୍ଡଳୀ ଓ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମୀନାମଣ୍ଡଳୀ ଓ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ ଓ ବିଶିଷ୍ଟ ଶିକ୍ଷାବିତ୍ବିପିନ ବିହାରୀ ବିଶ୍ୱାଳଙ୍କ ଲିଖିତ ଯୁଗଜନ୍ମା ନେହରୁ ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକସୁନୀଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଯୋଗଦେଇ ନେହରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ନେହେରୁ ଶିଶୁମାନଙ୍କୁ ସ୍ନେହ କରୁଥିଲେ ଓ ଭଲ ପାଉଥିଲେ । ଶିଶୁ, ଛାତ୍ର ଓ ଛାତ୍ରୀ ମାନେ ହେଉଛନ୍ତି ଭବିଷ୍ୟତର ଦାୟାଦ । ତେଣୁ ସେମାନଙ୍କୁ ଭଲ ପାଇ ଓ ସ୍ନେହ ଦେଇ ତାର ଚରିତ୍ର ଗଠନ କରିବା ପାଇଁ ଶିକ୍ଷକମାନେ ପ୍ରୟାସ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ କବି ବ୍ରଜେନ୍ଦ୍ର ନାଥ ଗିରି, ଜିତାରାମଦେ, ସୁବଳ ଚନ୍ଦ୍ର ପରିଡା, ଶରତ ଚନ୍ଦ୍ର ପରିଡା, ଗିରିଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପଦ୍ମନାଭ ପ୍ରଧାନ, ସ୍ୱର୍ଣ୍ଣଲତା ସେଠୀ, ଶଶିକାନ୍ତ ପ୍ରଧାନ ଓ ପ୍ରଶାନ୍ତ ରାଉଳ ପ୍ରମୁଖ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଶିକ୍ଷାବିତ୍ବିପିନ ବିହାରୀ ବିଶ୍ୱାଳଙ୍କ ଦ୍ୱାରା ରଚିତ ଯୁଗଜନ୍ମାନେହେରୁ ପୁସ୍ତକକୁ ଉନ୍ମୋଚିତ କରାଯାଇଥିଲା । ଶେଷରେ ଶିକ୍ଷକ ପବିତ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା