ଦୀର୍ଘ ଦିନ ପରେ ଆବୁଧାବିରେ ମୃତ୍ୟୁ ବରଣ କରିଥିବା ବସନ୍ତଙ୍କ ମରଶରୀର ନିଜ ଗାଁରେ ପହଞ୍ଚିଲା…

ଛତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ଦିନ ପରେ ଆବୁଧାବିରେ ମୃତ୍ୟୁ ବରଣ କରିଥିବା ଖଲ୍ଲିକୋଟ ବ୍ଲକ ପଥରା ଗ୍ରାମର ବସନ୍ତ କୁମାର ସାଧବଙ୍କ ପ୍ରାର୍ଥିବ ଶରୀର ନିଜ ଗ୍ରାମରେ ପହଞ୍ଚିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସେ ୧୧ ମାସ ତଳେ କାମ କରିବା ପାଇଁ ଆବୁଧାବି ଯାଇଥିଲେ । ଗତ ୨ ତାରିଖରେ ତାଙ୍କ ଦେହ ହଠାତ ଖରାପ ହେବାରୁ ତାଙ୍କୁ ସେଠାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କ ପରିବାର ଲୋକେ ଶବକୁ ଆଣିବାର ବ୍ୟବସ୍ଥା କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ । ସେ ଜଣେ ନିର୍ମାଣ ଶ୍ରମିକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ମିଳିବା ଉଚିତ ବୋଲି ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ କହିଥିଲେ । ତାଙ୍କ ମୃତ୍ୟୁ ଶରୀର ଦୁବାଇରୁ ଦିଲ୍ଲୀରେ ପହଞ୍ଚିଥିଲା ଏହାପରେ ଭୁବନେଶ୍ୱର ଏୟାରପୋର୍ଟରେ ପହଁଚିଥିଲା । ସେଠାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଯାଇଥିଲା । ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକନ୍ତ ସେଠି, ଜିଲ୍ଲା ପରିଷଦ ଅଧକ୍ଷ ସୋନାମ ପଲେଇ, ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ପରିବାର ଲୋକଙ୍କୁ ୨ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ।ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା