ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରାୟ ଦୁଇ ମାସ ବନ୍ଦ ପରେ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଲା ଫରେଷ୍ଟ ପାର୍କ । କିଛି ପାର୍କକୁ ପରୀକ୍ଷାମୂଳକ ଭାବେ ବିଏମସି ପକ୍ଷରୁ ଖୋଲାଯାଇଛି । ଭୁବନେଶ୍ୱରର ଫରେଷ୍ଟ ପାର୍କ, ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲିଲା । ତେବେ ପାର୍କ ଖୋଲିବା ନେଇ କିଛି ଗାଇଡଲାଇନ ଜାରି କରାଯାଇଛି । ଏପରିକି ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏଣିକି ସକାଳ ୭ରୁ ଦିନ ୧୦ ଓ ଅପରାହ୍ଣ ୪ରୁ ସନ୍ଧ୍ୟା ୬ଯାଏଁ ପାର୍କ ଖୋଲା ରହିବ । ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ବିଡିଏ ଫରେଷ୍ଟ ପାର୍କ ଖୋଲିବା ନେଇ କିନ୍ତୁ ବିବାଦ ଉଠିଲାଣି । ଏହି ପାର୍କକୁ ରାଜଧାନୀର ବହୁ ଭିଆଇପି ପ୍ରାତଃ ଭ୍ରମଣରେ ଆସୁଥିବାରୁ ସେମାନଙ୍କୁ ନଜରରେ ରଖି ପାର୍କ ଖୋଲା ଯାଉଥିବା କୁହାଯାଇଛି । ଏପରିକି ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଏହି ପାର୍କ ଖୋଲିଲେ ଲୋକଙ୍କ ଭିଡ଼ ଜମିବ । ଏହାଦ୍ୱାରା କରୋନା ସଂକ୍ରମଣ ହେବାର ସମ୍ଭାବନା ଅଛି । ହେଲେ ବିଡିଏ କର୍ତ୍ତୃପକ୍ଷ କ’ଣ ଅତିରିକ୍ତ ପ୍ରତିଷେଧକ ନେଇ ପାର୍କ ଖୋଲୁଛନ୍ତି, ତାହା ରବିବାର ଦିନ ଖୋଲା ପରେ ହିଁ ଜଣାପଡିବା ବୋଲି କୁହାଯାଇଛି ।
ରିପୋର୍ଟ : ଆକାଶ ମିଶ୍ର