

ଛତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ୯ ମାସ ପରେ ଖୋଲିଲା ମହାବିଦ୍ୟାଳୟ । ମହାବିଦ୍ୟାଳୟ ଭିତରକୁ ଯିବା ଆଗରୁ ସାନିଟାଇଜ୍, ଥର୍ମାଲ ସ୍କ୍ରିନ ଟେଷ୍ଟ, ମାସ୍କ, ସରକାରୀ ଗାଇଡ୍ ଲାଇନକୁ ପାଳନ କରିବା ସହିତ କଲେଜ ଭିତରକୁ ପ୍ରବେଶ କରୁଛନ୍ତି ଛତ୍ରପୁର ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ଏହି ନିୟମ ପାଳନ କରିବା ପାଇଁ ଉପସ୍ଥିତ ମହାବିଦ୍ୟାଳୟ କର୍ମଚାରୀମାନେ ମଧ୍ୟ ମାସ୍କ ବ୍ୟବହାର କରିବା ସହିତ କଲେଜ ଭିତରକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ କରୋନା ସଚେତନ ରହିବା ପାଇଁ କହିଥିଲେ । କ୍ଲାସ ହେଉ ଥିବା ରୁମକୁ ସାନିଟାଇଜ୍ କରିବା ସହିତ ପାଠପଢ଼ାରେ ସମଦୁରତା ସହ ଛାତ୍ରଛାତ୍ରୀମାନେ ବସି ପଢୁଥିବାର ଦେଖିବାକୁ ମିଳିଥିଲା । ମହାବିଦ୍ୟାଳୟ କର୍ମଚାରୀମାନେ ଓ ପ୍ରିନ୍ସିପାଲ କିଶୋର ଚନ୍ଦ୍ର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




